www.samajalive.in
Friday, December 12, 2025
17.1 C
Bhubaneswar

ତିର୍ତ୍ତୋଲ ଉପନିର୍ବାଚନ ଭର୍ଚୁଆଲ ରାଲିରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, କହିଲେ କୁଆଡେ ଗଲା ବିଜେପୁର ଉପନିର୍ବାଚନରେ ସରକାର ଦେଇଥିବା ପ୍ରତିଶ୍ରୁତି

ଭୁବନେଶ୍ୱର/ଜଗତସିଂହପୁର : ମୋଦି ସରକାର କରୋନା ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍‍ ଦେଇ ସମ୍ବେଦନଶୀଳ ସରକାରର ପରିଚୟ ଦେଇଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଚରମ ସୀମାରେ ପହଞ୍ଚିଛି। ଏହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରାକାଷ୍ଠା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କୋଭିଡ଼୍‍-୧୯ ମୁକାବିଲା ଓ ପରିଚାଳନାରେ ଭାରତ ବିଶ୍ୱରେ ଏକ ଉଦାହରଣ ତିଆରି କରିପାରିଛି। ଅନ୍ୟପକ୍ଷରେ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଅବସ୍ଥା କଣ କରିଛି?। ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧାର ବ୍ୟବସ୍ଥା କରିଛନ୍ତି। ମାତ୍ର ରାଜ୍ୟରେ ଏପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ଲାଗୁ ହେଲା ନାହିଁ। ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଗଲେ ରାଜ୍ୟର ଲକ୍ଷାଧିକ ଗରିବ ଲୋକମାନେ ଲାଭ ପାଇପାରିବେ।

- Advertisement -

ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ଲୋକଙ୍କୁ ବ୍ୟକ୍ତି ପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ୧ କେଜି ଡ଼ାଲି ଦେବାର ବ୍ୟବସ୍ଥା କରାଗଲା। ମାତ୍ର ରାଜ୍ୟ ସରକାର ଏଠାରେ ସଠିକ୍‍ ଭାବରେ ବାଣ୍ଟିପାରିଲେ ନାହିଁ। ଅପରପକ୍ଷରେ ବାହାରେ କାମ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନର  ଉପଲବ୍ଧ କରାଇଛନ୍ତି। ସେମାନଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି। କିନ୍ତୁ ଦୀର୍ଘ ବର୍ଷ ଦାୟିତ୍ୱରେ ରହିବା ପରେ ବି ଏଠାକାର ସରକାର ପ୍ରବାସୀଙ୍କୁ ରୋଜଗାର ଦେଇପାରିଲେ ନାହିଁ।

ରାଜ୍ୟ ସରକାର ବିଜେପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ପ୍ରତିଶ୍ରୁତି ମଧ୍ୟ ଏଯାଏଁ ପୂରଣ କଲେ ନାହିଁ। ଅନ୍ୟପକ୍ଷରେ ମୋଦି ସରକାର ଓଡ଼ିଶାକୁ ମୁକ୍ତ ହସ୍ତରେ ସହାୟତା କରିବା ପାଇଁ ପ୍ରସ୍ତୁତ। ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କଟିବଦ୍ଧ ଥିବା ମୋଦି ସରକାରଙ୍କ ହାତମୁଠାକୁ ଅଧିକ ଟାଣ କରିବା ପାଇଁ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତିର୍ତ୍ତୋଲବାସୀ ଭୋଟ ଦେଇ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ୨୦ ବର୍ଷ ଧରି ରାଜ୍ୟରେ ବିକାଶର ପ୍ରଚାର କରାଯାଉଛି ମାତ୍ର ବିକାଶ ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଜଗତସିଂହପୁରରେ ମହାବାତ୍ୟା ସମୟରେ ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ଅର୍ଥର ଅଭାବ ରଖିନଥିଲେ ଏବଂ ଇନ୍ଦିରା ଆବାସ ଯୋଜନାରେ ୨୨ ଲକ୍ଷ ଘର ଦେଇଥିଲେ। ସେଥିରୁ କେବଳ ଜଗତସିଂହପୁର ଜିଲ୍ଲାକୁ ୧ ଲକ୍ଷ ୫୦ ହଜାର ଘର ପାଇଁ ଆର୍ôଥକ ଅନୁଦାନ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପାରାଦୀପ ବିକାଶର ପ୍ରବେଶ ଦ୍ୱାର ହେବାକୁ ଯାଉଛି ବୋଲି ବୋଲି ସେ କହିଛନ୍ତି। ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ତିର୍ତ୍ତୋଲରେ ଥିବା ସୂତା ମିଲର ପୁନରୁଦ୍ଧାର ଓ ଅନ୍ୟାନ୍ୟ ସମସ୍ୟା ଉପରେ କହିବା ସହ ତିର୍ତ୍ତୋଲର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ଥିବା କହିଥିଲେ । କୋଭିଡ୍‍ ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ମୋଦି ସରକାର ଅନେକ ଓଡ଼ିଆ ପାଇଁ ଅନେକ ଆର୍ôଥକ ସହାୟତା ଓ ସମର୍ଥନ ଦେଇ ଆସୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଜଗତସିଂହପୁର ପ୍ରଭାରୀ ସାରଦା ପ୍ରଧାନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଶୋକ ମହାରଣା ଓ ବିଭିନ୍ନ ମଣ୍ଡଳ ସଭାପତିମାନେ ଯୋଗଦେଇଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories