www.samajalive.in
Saturday, December 6, 2025
16.1 C
Bhubaneswar

ରାଜସ୍ଥାନର ବ୍ୟାଟ୍‌ସମ୍ୟାନଙ୍କୁ ରୋକିଲେ ହୋଲ୍‌ଡର

ଦୁବାଇ : ଚଳିତ ଆଇପିଏଲ୍‌ରେ ଗୁରୁବାର ସନ୍‌ରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ମୁକାବିଲା ଚାଲିଛି। କିଛି ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ୨୦ ଓଭର ଶେଷରେ ୬ ୱିକେଟ ହରାଇ ୧୫୪ ରନ୍ କରିପାରିଛି। ୧୫୫ ରନ୍ ଲକ୍ଷ୍ୟରେ ସନ୍‌ରାଇଜର୍ସ ତା’ର ଇନିଂସ ଆରମ୍ଭ କରିଛି। ପ୍ଲେଅଫ୍‌ ଖେଳିବାକୁ ହେଲେ ଉଭୟ ସନ୍‌ରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍‌ସକୁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ। ରାଜସ୍ଥାନ ରୟାଲ୍‌ସ ୧୦ଟି ମ୍ୟାଚ୍ ଖେଳି ୪ଟି ଜିତିଥିବା ବେଳେ ସନ୍‌ରାଇଜର୍ସ ୯ଟି ମ୍ୟାଚ୍‌ ଖେଳି ମାତ୍ର ୩ଟି ଜିତିପାରିଛି।
ଟସ୍‌ ଜିତି ସନ୍‌ରାଇଜର୍ସ ହାଇଦରାବାଦ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍‌ସର ଦୁଇ ଓପ୍‌ନର ୨୦ଟି ବଲ୍‌ରୁ ୩୦ ରନ୍‌ ଯୋଗ କରିଥିବା ବେଳେ ରବିନ୍ ଉଥପ୍ପା ରନ୍‌ଆଉଟ ହୋଇଥିଲେ। ଉଥପ୍ପା ୧୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍ କରିଥିଲେ। ପରେ ଅନ୍ୟ ଓପ୍‌ନର ବେନ୍ ଷ୍ଟୋକ୍‌ସ ଓ ସଞ୍ଜୁ ସାମ୍‌ସନ୍‌ ସ୍କୋର୍‌କୁ ଆଗେଇ ନେଇଥିଲେ। ୬ ଓଭରର ପାୱରପ୍ଲେରେ ରାଜସ୍ଥାନ ୪୭ ରନ୍ କରିଥିଲା। ସାମ୍‌ସନ ୨୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୬ ରନ୍ କରିଥିଲେ। ୧୨ ଓଭର କ୍ରିଜ୍‌ରେ ରହି ୩୨ ବଲ୍‌ରୁ ୨ଟି ଚୌକା ସହ ୩୦ ରନ୍‌କରି ବେନ୍ ଷ୍ଟୋକ୍‌ସ ଆଉଟ ହୋଇଥିଲେ। ୧୫ଶ ଓଭରରେ ରାଜସ୍ଥାନ ଶହେ ରନ୍ ପାର କରିଥିଲା। ଜୋସ୍ ବଟ୍‌ଲର ରନ୍‌ଗତି ବଢ଼ାଇବା ପ୍ରୟାସରେ ଆଉଟ ହୋଇଥିଲେ। ବଟ୍‌ଲର ୧୨ ବଲ୍‌ରୁ ୯ ରନ୍ କରିଥିଲେ। ଏହାପରେ ରାଜସ୍ଥାନର ରନ୍‌ଗତି ଧିମେଇ ଯାଇଥିଲା। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ମଧ୍ୟ ଦ୍ରୁତଗତିରେ ରନ୍‌ ସ୍କୋର୍‌ କରିବାରେ ବିଫଳ ହୋଇ ୧୫ ବଲ୍‌ରୁ ୨ଟି ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ରିୟାନ୍ ପରାଗ ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ଦ୍ରୁତ ୨୦ ରନ୍ କରିଥିଲେ। ଶେଷ ୩ ଓଭରରୁ ୪୬ ରନ୍ ହୋଇଥିଲା। ଜୋଫ୍ରା ଆର୍ଚର ୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‌କରି ଅପରାଜିତ ଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ପେସ୍ ବୋଲର ଜେସନ୍‌ ହୋଲ୍‌ଡର ୩ଟି ୱିକେଟ ପାଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories