www.samajalive.in
Monday, December 8, 2025
24.1 C
Bhubaneswar

କୃଷି ବିଭାଗ ଅବସରପ୍ରାପ୍ତ ସେକ୍ସନ୍‍ ଅଧିକାରୀଙ୍କ ବିୟୋଗ

ଫୁଲବାଣୀ: ଜିଲା କୃଷି କାର୍ଯ୍ୟାଳୟରେ ପୂର୍ବରୁ ସେକ୍ସନ୍‍ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶଙ୍କର ପଟ୍ଟନାୟକଙ୍କ ବିୟୋଗ ଘଟିଛି। ଗତ କିଛିଦିନ ହେଲା ସେ କିଡ଼ନୀ ସମେତ ବିଭିନ୍ନ ରୋଗରେ ପିଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ଗତକାଲି ସେ ରାତ୍ରରେ ହଠାତ୍‍ ଗୁରୁତର ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେବା ବେଳେ ତାଙ୍କର ଦେହାନ୍ତ ଘଟିଛି। ଜଣେ ମେଳାପି ଓ କର୍ମଠ ଭାବେ ବେଶ୍‍ ପରିଚିତ ଥିଲେ। ସ୍ୱର୍ଗତ ପଟନାୟକଙ୍କ ଧର୍ମପତ୍ନୀ ବର୍ତ୍ତମାନ କୃଷି କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବେଳେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କର ବିୟୋଗରେ ସମଗ୍ର ଫୁଲବାଣୀ ଓ କୃଷି ବିଭାଗରେ ଶୋକରଛାୟା ଖେଳି ଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories