www.samajalive.in
Monday, December 8, 2025
13.1 C
Bhubaneswar

କାଟିଲେ-ଛେଚିଲେ ନୁହେଁ; ପିଆଜ-ରଶୁଣ-ଅଦା କିଣିଲେ ଆଖିରୁ ବୋହୁଛି ଲୁହ

ଭୁବନେଶ୍ଵର: ପିଆଜ କାଟିଲେ କି ଛେଚିଲେ ଆଖିରୁ ଲୁହ ବାହାରେ । ମାତ୍ର କରୋନା କାଳରେ ଲୋକଙ୍କ ରୋଜଗାର କମିଥିବା ସମୟରେ ପିଆଜ-ରଶୁଣ-ଅଦା କିଣିବାକୁ ଯାଉଥିବା ଖାଉଟିଙ୍କ ଆଖିରୁ ଲୁହ ଝରୁଛି । ଏପରିକି ନବରାତ୍ରୀ ସମୟରେ ଉତ୍ତରଭାରତର ଅଧିକାଂଶ ରାଜ୍ୟରେ ପିଆଜ-ରଶୁଣ ଖାଉ ନ ଥିଲେ ମଧ୍ୟ ଏହା ପିଆଜ ଦର ହ୍ରାସ ଉପ​‌ରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର କିଲୋପିଛା ୫୦ରୁ ୬୦ ଟଙ୍କା, ରଶୁଣ ଓ ଅଦା କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହି ସ୍ଥିତିରେ ମଙ୍ଗଳବାର ଦେଶର ବୃହତ୍ତମ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସାଲଗାଓଁରେ ପିଆଜ କ୍ବିଣ୍ଟାଲ ୬୮୦୨ ଟଙ୍କାରେ ପହଞ୍ଚିବା ପ​‌ରେ ଦୀପାବଳି ବେଳକୁ ଦେଶରେ ପିଆଜ ଦର ୮୦ଟଙ୍କାରୁ ୧୦୦ରେ ପହଞ୍ଚିଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ଓଡ଼ିଶାର ଉପଭୋକ୍ତାମାନେ ବାର୍ଷିକ ପ୍ରାୟ ୩ରୁ ୪ ଲକ୍ଷ ଟନ ପିଆଜର ଆବଶ୍ୟକତା ରହିଛି । ସରକାରୀ ପରିସଂଖ୍ୟାନ ଅନୁସାରେ ରାଜ୍ୟରେ ପିଆଜର ଉତ୍ପାଦନ ୪ ଲକ୍ଷ ଟନରୁ ବେଶୀ । ଏହା ସତ୍ବେ ପ୍ରତିବର୍ଷ ଓଡ଼ିଶାର ବ୍ୟବସାୟୀମାନେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ ଲକ୍ଷ ଟନ୍ ପିଆଜ ଆମଦାନୀ କରୁଛନ୍ତି । ଅମଳ ସମୟରେ ପିଆଜର ଅଭାବୀ ବିକ୍ରି, ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ପ୍ରାୟ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ଦର ବୃଦ୍ଧି ଯୋଗୁଁ ଖାଉଟି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅମଳ ସମୟରେ ଚାଷୀ ଓ ଅନ୍ୟ ସମୟରେ ଖାଉଟି ପିଆଜ କଷ୍ଟ ଭୋଗୁଛନ୍ତି ।

- Advertisement -

ତେବେ ଚଳିତ ବର୍ଷ ପିଆଜ ଦର ବୃଦ୍ଧି ସଂକ୍ରାନ୍ତରେ ବ୍ୟବସାୟୀଙ୍କ ମତ ଅଲଗା । ପିଆଜ ଉତ୍ପାଦନ କରୁଥିବା ରାଜ୍ୟରେ ଫସଲ ନଷ୍ଟ ହୋଇ ଯାଇଥିବା କାରଣରୁ ଚଳିତ ବର୍ଷ ଦର ବୃଦ୍ଧି ଘଟିଛି । ନୂଆ ଫସଲ ଆସିବାରେ ବିଳମ୍ବ ହେଉଛି । ଯେଉଁଠି ନୂତନ ଫସଲ ଆସିଛି ତାହା ମଧ୍ୟ ଯଥେଷ୍ଟ ନୁହେଁ । ତେଣୁ ଦର ବଢ଼ୁଛି । କରୋନା ସଙ୍କଟ ଅଧିକାଂଶ ଲୋକଙ୍କ ପକେଟ ଓ ରୋଜଗାର ଉପରେ ଗୁରୁତର ପ୍ରଭାବ ପକାଇଛି । ତା’ ସହିତ ଦର ବୃଦ୍ଧି । ତେଣୁ ପିଆଜ ବିକ୍ରି ମଧ୍ୟ ହ୍ରାସ ପାଇଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି ।

ସେହିପରି ଓଡ଼ିଶାରେ କୋରାପୁଟ ଓ କନ୍ଧମାଳ ଅଞ୍ଚଳରେ ବହୁ ପରିମାଣରେ ଅଦା ଚାଷ ହେଉଥିଲେ ମଧ୍ୟ ଚଳିତ ବର୍ଷ ନୂଆ ଅଦା ବାହାରି ନ ଥିବାରୁ ଦର ବୃଦ୍ଧି ଘଟିଛି ବୋଲି ବ୍ୟବସାୟୀ ମତ ଦେଇଛନ୍ତି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories