ୱାଶିଂଟନ : ନିଜର ଦସ୍ତଖତ ଥିବା ମହାତ୍ମାଗାନ୍ଧୀଙ୍କ ଏକ ବିରଳ ଫଟୋ ଆମେରିକାରେ ୪୧,୦୦୦ ଡଲାରରେ ନିଲାମ ହୋଇଛି। ୧୯୩୧ ସେପ୍ଟେମ୍ବରରେ ଲଣ୍ଡନରେ ଅନୁଷ୍ଠିତ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବା ଅବସରରେ ମଦନମୋହନ ମାଲବ୍ୟଙ୍କ ସହ ଗାନ୍ଧିଜୀ ଏହି ଫଟୋ ଉଠାଇଥିବାବେଳେ ସେଥିରେ ‘ଏମ.କେ.ଗାନ୍ଧି’ ବୋଲି ସ୍ୱାକ୍ଷର କରିଥିଲେ। ସେହି ସମୟରେ ଗାନ୍ଧିଜୀ ନିଜର ଡାହାଣ ହାତର ବୁଢା ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବାମହାତରେ ଦସ୍ତଖତ କରିଥିଲେ। ଆର.ଆର.ଅକ୍ସନ ସଂସ୍ଥା ପକ୍ଷରୁ ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥିରେ ପ୍ରଖ୍ୟାତ କମ୍ୟୁନିଷ୍ଟ ଦାର୍ଶନିକ କାର୍ଲ ମାର୍କସ, ରୁଷ ଔପନ୍ୟାସିକ ଲିଓ ଟଲଷ୍ଟୟ ଓ ନୋବେଲ ପୁରସ୍କାର ପ୍ରାପ୍ତ ଫରାସୀ ସାହିତ୍ୟିକ ଜାଁ-ପଲ୍ ସାତ୍ରେଙ୍କ ଦ୍ୱାରା ଲିଖିତ ଚିଠିପତ୍ର ମଧ୍ୟ ଉଚିତ ମୂଲ୍ୟରେ ନିଲାମ ହୋଇଥିବା ପ୍ରକାଶ।
Popular Categories



