www.samajalive.in
Monday, December 8, 2025
20.1 C
Bhubaneswar

ଇଣ୍ଡୋନେସିଆରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଜାକାର୍ତ୍ତା : ଇଣ୍ଡୋନେସିଆ ସୁଲାୱେସି ଦ୍ୱୀପରେ ଶୁକ୍ରବାର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପରେ କାହାର ମୃତାହତ ହେବାର ଖବର ମିଳି ନାହିଁ। ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁସାରେ ସୁଲାୱେସି ଦ୍ୱୀପ ଡୋଙ୍ଗାଲା ସହରଠାରୁ ଉତ୍ତରପୂର୍ବରେ ୩୫ କିଲୋମିଟର ଦୂର ୧୮ କିଲୋମିଟର ଭୂଗର୍ଭ ତଳେ ଭୂମିକମ୍ପରେ କେନ୍ଦ୍ରସ୍ଥଳ ଥିଲା। ଭୂମିକମ୍ପ ପରେ ଇଣ୍ଡୋନେସିଆର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଭୂମିକମ୍ପରେ ଘର ଓ ବଡ଼ ବଡ଼ କୋଠା ଦୋହଲିବାକୁ ଲାଗିଥିଲା। ଏଥିଯୋଗୁଁ ଲୋକେ ଆତଙ୍କିତ ହୋଇପଡିଥିଲେ। ସୁନାମୀ ସତର୍କ ସୂଚନା ଜାରି ପରେ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦେଶନାମା ଜାରି କରାଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳେ ଇଣ୍ଡୋନେସିଆ ସୁଲାୱେସି ଦ୍ୱୀପରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଦିନ ୩ଟା ୩୨ ମିନିଟରେ ୭.୫ ତୀବ୍ରତାର ଦ୍ୱିତୀୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories