www.samajalive.in
Monday, December 8, 2025
27.1 C
Bhubaneswar

ଗାନ୍ଧିଜୀଙ୍କ ଫଟୋ ୪୧,୦୦୦ ଡଲାରରେ ନିଲାମ

ୱାଶିଂଟନ : ନିଜର ଦସ୍ତଖତ ଥିବା ମହାତ୍ମାଗାନ୍ଧୀଙ୍କ ଏକ ବିରଳ ଫଟୋ ଆମେରିକାରେ ୪୧,୦୦୦ ଡଲାରରେ ନିଲାମ ହୋଇଛି। ୧୯୩୧ ସେପ୍ଟେମ୍ବରରେ ଲଣ୍ଡନରେ ଅନୁଷ୍ଠିତ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବା ଅବସରରେ ମଦନମୋହନ ମାଲବ୍ୟଙ୍କ ସହ ଗାନ୍ଧିଜୀ ଏହି ଫଟୋ ଉଠାଇଥିବାବେଳେ ସେଥିରେ ‘ଏମ.କେ.ଗାନ୍ଧି’ ବୋଲି ସ୍ୱାକ୍ଷର କରିଥିଲେ। ସେହି ସମୟରେ ଗାନ୍ଧିଜୀ ନିଜର ଡାହାଣ ହାତର ବୁଢା ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବାମହାତରେ ଦସ୍ତଖତ କରିଥିଲେ। ଆର.ଆର.ଅକ୍ସନ ସଂସ୍ଥା ପକ୍ଷରୁ ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥିରେ ପ୍ରଖ୍ୟାତ କମ୍ୟୁନିଷ୍ଟ ଦାର୍ଶନିକ କାର୍ଲ ମାର୍କସ, ରୁଷ ଔପନ୍ୟାସିକ ଲିଓ ଟଲଷ୍ଟୟ ଓ ନୋବେଲ ପୁରସ୍କାର ପ୍ରାପ୍ତ ଫରାସୀ ସାହିତ୍ୟିକ ଜାଁ-ପଲ୍‌ ସାତ୍ରେଙ୍କ ଦ୍ୱାରା ଲିଖିତ ଚିଠିପତ୍ର ମଧ୍ୟ ଉଚିତ ମୂଲ୍ୟରେ ନିଲାମ ହୋଇଥିବା ପ୍ରକାଶ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories