www.samajalive.in
Monday, December 8, 2025
14.1 C
Bhubaneswar

୫‘ଟି’ ଅଧୀନରେ ଆଉ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ବିଦ୍ୟୁତ ଉପଭୋକ୍ତା ସେବା ପୋର୍ଟାଲ୍‌ ‘ମୋ ବିଦ୍ୟୁତ’ ଓ ମୋବାଇଲ୍‌ ଆପ୍‌ର ଲୋକାର୍ପଣ କରିଛନ୍ତି । ୫-ଟି ପଦକ୍ଷେପ ଅଧୀନରେ ଆରମ୍ଭ କରାଯାଇଥିବା ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ‌ ଯଥା ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ , ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ୫‘ଟି’ ଅଧୀନରେ ଏହା ଆଉ ଏକ ପରିବର୍ତ୍ତନକାରୀ ପଦକ୍ଷେପ । ଏଣିକି ରାଜ୍ୟର ଜନସାଧାରଣ ଏହି ପୋର୍ଟାଲ୍‌/ମୋବାଇଲ୍‌ ଆପ୍‌ ମାଧ୍ୟମରେ ଏକ ଦକ୍ଷ, ସମୟଭତ୍ତିକ ଓ ସ୍ୱଚ୍ଛ ଅନ୍‌ଲାଇନ୍‌ ସେବା ପାଇପାରିବେ ବୋଲି ସେ କହିଛନ୍ତି।
ବିଦ୍ୟୁତ୍ ସେବା ଏଣିକି ‘ମୋ ସରକାର’ ଅଧୀନରେ ରହିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଦ୍ୟୁତ ଏକ ଜରୁରୀ ସେବା ଓ ଆଧୁନିକ ଜୀବନଧାରାରେ ଏହାର ଯଥେଷ୍ଟ ପ୍ରଭାବ ରହିଛି। ସେ ପୁଣି କହିଛନ୍ତି ଯେ ମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଗ୍ରାହକଙ୍କ ସଂପର୍କରେ ରହି ସେମାନଙ୍କଠାରୁ ମତାମତ ସଂଗ୍ରହ କରିବେ ଏବଂ ଏହି ସେବାକୁ ‘ମୋ ସରକାର’ ଅଧୀନରେ ତଦାରଖ କରାଯିବ ।
ମୁଖ୍ୟମନ୍ତ୍ରୀ ‘ମୋ ବିଦ୍ୟୁତ୍’ ଏକ ସମନ୍ୱିତ ଦ୍ୱିଭାଷୀ ଅନ୍‌ଲାଇନ୍‌ ବିଦ୍ୟୁତ୍ ଉପଭୋକ୍ତା ସେବା ବୋଲି ସୂଚନା ଦେଇ କହିଲେ ଯେ ଏହା ଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଉପଭୋକ୍ତା ଓ ଜନସାଧାରଣ ସେମାନଙ୍କର ବିଦୁ୍ୟତ ସେବା ସଂପର୍କିତ ସମସ୍ୟାଗୁଡ଼ିକର ସରଳ, ସହଜ ଓ ତ୍ୱରିତ ସମାଧାନ ପାଇବା ପାଇଁ ଏହି ଅନ୍‌ଲାଇନ୍‌ ସେବା ବ୍ୟବସ୍ଥାକୁ ଉପଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଉପଭୋକ୍ତାମାନଙ୍କୁ ସୁବିଧା ଦେବା ପାଇଁ ବିକଶିତ କରାଯାଇଥିବା ଏହି ମୋବାଇଲ୍‌ ଆପ୍‌ ଖୁବ୍‌ ଶୀଘ୍ର ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ। ଜନସାଧାରଣଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ପାଇଁ ଶକ୍ତି ବିଭାଗ ଏହି ପରି ଅଧିକ ଫଳପ୍ରଦ ବ୍ୟବସ୍ଥା କାର୍ଯ୍ୟକାରୀ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।


ଏହ ଅବସରରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଗ୍ରୀଡ଼୍‌କୋର ଅଧ୍ୟକ୍ଷ ଡ. ସୌରଭ ଗର୍ଗ ଓ ଶକ୍ତି ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ୫‘ଟି’ ସଚିବ ଭି. କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories