www.samajalive.in
Monday, December 8, 2025
16.1 C
Bhubaneswar

ଲଦାଖରେ ନିଯୁକ୍ତି, ଜମି, ସଂସ୍କୃତି ଓ ଭାଷାର ସୁରକ୍ଷା ଦିଗରେ ଆଇନ୍‍ ପ୍ରଣୟନ କରିବେ କେନ୍ଦ୍ର ସରକାର

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି. କିଶନ୍‍ ରେଡ୍ଡୀ ଲେହ ଓ ଲଦାଖକୁ ଦୁଇ ଦିନ ଗସ୍ତ ସମ୍ପୂର୍ଣ୍ଣ କରିଛନ୍ତି। ଲେହଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଲେହ ପାର୍ବତ୍ୟ ପରିଷଦ ନିର୍ବାଚନ ପରେ ଲଦାଖ ଅଞ୍ଚଳର ନିଯୁକ୍ତି, ଜମି, ସଂସ୍କୃତି ଓ ଭାଷାର ସୁରକ୍ଷା ଦିଗରେ କେନ୍ଦ୍ର ସରକାର ଆଇନ୍‍ ପ୍ରଣୟନ କରିବେ। କଂଗ୍ରେସ, ନ୍ୟାସନାଲ୍‍ କନ୍‍ଫରେନ୍ସ ଓ ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍‍ ପାର୍ଟିର ସମାଲୋଚନା କରି ସେ କହିଛନ୍ତି, ଏହି ସବୁ ରାଜନୈତିକ ଦଳମାନେ ଜାତୀୟ ସ୍ୱାର୍ଥ ଓ ଲଦାଖର ଜନସାଧାରଣଙ୍କ ସହ ସାଲିସ କରି ପାକିସ୍ତାନ ଓ ଚୀନ୍‍ର ଭାଷା କହୁଛନ୍ତି।

ସେ କହିଛନ୍ତି, ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ସୃଷ୍ଟି ସେହି ଅଞ୍ଚଳର ବିକାଶ ଉଦ୍ଦେଶ୍ୟରେ କରାଯାଇଛି। ଜୋଜିଲା ସୁଡ଼ଙ୍ଗ ମୋଦୀ ସରକାରଙ୍କ ଦ୍ୱାରା ଲଦାଖ ଅଞ୍ଚଳ ପାଇଁ ଏକ ପ୍ରତିଶ୍ରୁତି ବୋଲି ସେ କହିଛନ୍ତି। ଲଦାଖଲର ଗ୍ରାମଗୁଡ଼ିକର ବିଦ୍ୟୁତିକରଣ ବିଷୟରେ ଶ୍ରୀ ରେଡ୍ଡୀ କହିଛନ୍ତି, କେନ୍ଦ୍ର ସରକାର ୭ ହଜାର ୫୦୦ ମେଗାୱାଟ୍‍ ସୌରଶକ୍ତି ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ସେହି ଅଞ୍ଚଳରେ ଦିନର ସବୁ ସମୟରେ ବିଦ୍ୟୁତ୍‍ ଶକ୍ତି ଯୋଗାଇ ଦିଆଯାଇ ପାରିବ। ସେ କହିଛନ୍ତି, ପରବର୍ତ୍ତୀ ବଜେଟରେ ଲେହ ଓ କାର୍ଗିଲ୍‍ ସହରକୁ ସ୍ମାଟ୍‍ର୍ ସହର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories