www.samajalive.in
Saturday, December 6, 2025
26.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଧିରେନ କୁମାର ରାଉତଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ

ପାଟଣା : କେନ୍ଦୁଝର ଜିଲ୍ଲାର ଜଣେ ଜଣାଶୁଣା ପ୍ରତିଷ୍ଠିତ ସାମ୍ବାଦିକ, ସଂପାଦକ, ସମବାୟବୀତ, ସମାଜସେବୀ ଓ ସୁସଂଗଠକ ଭାବେ ସୁପରିଚିତ ଧିରେନ କୁମାର ରାଉତଙ୍କ ବିୟୋଗରେ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତ ସେପ୍ଟେମ୍ବର ପହିଲାରେ କରୋନା ଆକ୍ରାନ୍ତ ହେବା ପରେ ସେ କୋଭିଡ୍ ହସ୍ପିଟାଲ ରାଙ୍କିରେ ଚିକିତ୍ସିତ ହେଉଥିଲେ। ତେବେ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ ନକରିବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି  ତାଙ୍କର ପରଲୋକ ଖବର ଏଠାରେ ପହଞ୍ଚିବା ପରେ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ବିଧାୟକ ହୃଷୀକେଶ ନାଏକ, ଯୁବ ନେତା ଇଂ ବିନୋଦ ବିହାରୀ ନାଏକ, ବିଜେପି ନେତା ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଧାକାନ୍ତ ମହାନ୍ତ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ମୁଷାଖୋରୀ ସରପଞ୍ଚ ଭାମାମଣୀ ଦାସ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ, ଇଂ ବିଦ୍ୟାଧର ଦାଶ, ସମାଜସେବୀ କୁଳମଣୀ ମଣ୍ଡଳ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିବା ବେଳେ ପାଟଣା ସାମ୍ବାଦିକ ମହଲରେ ମଧ୍ୟ ଶୋକ ପ୍ରକାଶ ପାଇଛି। ତାଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ତଥା ପାଟଣା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ନୃସିଂହ ନାଥ ସିଂହ, ମହେଶ୍ୱର ପୃଷ୍ଟି, ବୀରକିଶୋର ଦାଶ, କିଶୋର ଚନ୍ଦ୍ର ମହାନ୍ତ, କାମିନୀ କାନ୍ତ ଦ୍ବିବେଦୀ, ଶାନ୍ତନୁ କୁମାର ବେହେରା, ଅଭିମନ୍ୟୁ ରାଉତ, ରଞ୍ଜନ ବାରିକ, ସନ୍ତୋଷ କୁମାର ପତି, ଚିରଞ୍ଜିବୀ ଦାଶ , ସୁଜିତ କୁମାର ଦାଶ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories