www.samajalive.in
Thursday, December 11, 2025
15.1 C
Bhubaneswar

ବଲାଙ୍ଗିର ପୌରାଞ୍ଚଳରେ ହେବ ସ୍ୱାବ ଟେଷ୍ଟ: ୨୦ରୁ ୨୬ ଯାଏ ଅଭିଯାନ, ୮ଟି ସ୍ଥାନ ଚିହ୍ନଟ

ବଲାଙ୍ଗିର:ବଲାଙ୍ଗିର ଜିଲାରେ କରୋନାର ବୃଦ୍ଧିକୁ ଦେଖି ପ୍ରାଥମିକ ଭାବେ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବଲାଙ୍ଗିର ପୌରାଞ୍ଚଳରୁ ସ୍ୱାବ ଟେଷ୍ଟ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ଏହି ସ୍ୱାବ ଟେଷ୍ଟ ପ୍ରକ୍ରିୟା ଆସନ୍ତା ୨୬ ତାରିଖ ଯାଏ ଚାଲିବ। ଏଥିରେ ଉଠା ଦୋକାନୀ, ସ୍ଥାନୀୟ ଲୋକ, ପଡ଼ାରେ ରହୁଥିବା ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି। ଏଥିପାଇଁ ସମୟ ସକାଳ ୯ରୁ ଦିନ ଗୋଟାଏ ଯାଏ ରଖାଯାଇଛି।
ଆସନ୍ତା ୨୦ ତାରିଖରେ କଚେରୀ ଛକରୁ ପାଟଣା ଛକ ମଧ୍ୟରେ ରହୁଥିବା ଲୋକଙ୍କର ସରକାରୀ ବସ୍ଷ୍ଟାଣ୍ଡ, ୨୧ ତାରିଖରେ ସମଲେଇ ମନ୍ଦିରରୁ ଗାନ୍ଧୀ ଛକ ମଧ୍ୟରେ ରହୁଥିବା ଲୋକଙ୍କର ଆୟୁର୍ବେଦିକ କଲେଜ, ୨୨ରେ ହସ୍ପିଟାଲ ଛକରୁ ସୁଦପଡ଼ା ହନୁମାନ ମନ୍ଦିର ଛକ ମଧ୍ୟରେ ସୁଦପଡ଼ା କଲ୍ୟାଣ ମଣ୍ଡପ ଛକ, ୨୨ରେ ରୟାଲ ରେସିଡେନ୍ସି ଓ ଗୋକୁଲ ଧାନର ରୟାଲ ରେସିଡେନ୍ସିରେ, ୨୩ରେ କଚେରୀ ଛକରୁ ରାଜେନ୍ଦ୍ର କଲେଜ ଛକର କନ୍ଧପାଲି ୟୁପିଏଚ୍ସି, ୨୪ରେ ଭାଗିରଥୀ ଛକରୁ ପେଲେସ୍ ଲାଇନ୍ ଛକର ଶିଶୁ ଉଦ୍ୟାନ ନିକଟରେ, ୨୫ରେ ଏଲ୍ଆଇସି ଅଫିସ ଛକରୁ ଲାଲଟିକ୍ରା ମଧ୍ୟରେ ୟୁପିଏଚ୍ସି କନ୍ଧପାଲି ଓ ୨୬ରେ ରୁଗୁଡ଼ିପଡ଼ାଠାରେ ଭାଗିରଥୀ ଛକରୁ ସର୍କିଟ ହାଉସ୍ ଛକ ମଧ୍ୟରେ ଥିବା ଦୋକାନୀ, ଲୋକଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲାରୁ ଏପର୍ଯ୍ୟନ୍ତ ୫୮୫୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୦୧ଜଣ ସକ୍ରିୟ ରହିଛନ୍ତି। ୫୦୩୦ଜଣ ଇତିମଧ୍ୟରେ ସୁସ୍ଥ ହୋଇଥିବା ବେଳେ ୨୭ଜଣ କରୋନାରେ ପ୍ରାଣ ହରାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories