ନୂଆଦିଲ୍ଲୀ : ଏୟାରସେଲ-ମାକ୍ସିସ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମ ଏବଂ ତାଙ୍କ ପୂଅ କାର୍ତ୍ତି ଚିଦମ୍ବରମଙ୍କୁ ମିଶାଇ ୧୮ ଜଣଙ୍କ ନାମରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ନୂଆ ଅଭିଯୋଗଫର୍ଦ ଦାଖଲ କରିଛି। ଅଭିଯୋଗଫର୍ଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ ଏବଂ ତାଙ୍କ ପୁଅଙ୍କ ସମେତ କେତେକ ଅବସରପ୍ରାପ୍ତ ଏବଂ ଚାକିରିରେ ଥିବା ସରକାରୀ ଅଧିକାରୀଙ୍କ ନାମ ରହିଛି। ଉଲ୍ଲେଖ ଯେ ଜୁଲାଇ ୩୧ରେ କୋର୍ଟରେ ଏହି ମାମଲା ଶୁଣାଣି ହେବ।
ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମଙ୍କ ନାମରେ ଅଭିଯୋଗ ରହିଛି ଯେ ଏୟାରସେଲ-ମାକ୍ସିସଙ୍କୁ ଏଫଡିଆଇ ମଞ୍ଜୁରି ଦେବା ନିମନ୍ତେ ଆର୍ଥିକ ବ୍ୟାପାର ମନ୍ତ୍ରିମଣ୍ଡଳ କମିଟିକୁ ସୁପାରିଶ କରିନଥିଲେ। ଏହା ପୂର୍ବରୁ ଜୁଲାଇ ୧୦ ଶୁଣାଣି ବେଳେ ପଟିଆଲା ହାଉସ କୋର୍ଟ ପୂର୍ବ କେନ୍ଦ୍ର ମନ୍ତ୍ରୀ ପି.ଚିଦମ୍ବରମଙ୍କ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କ ଅନ୍ତରୀଣ ଜାମିନ ଅବଧିକୁ ଅଗଷ୍ଟ ୭ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ଏୟାରସେଲ-ମାକ୍ସିସକୁ ୨୦୦୬ରେ ବିଦେଶ ପୁଞ୍ଜି ନିବେଶ ପ୍ରୋତ୍ସାହିତ ବୋର୍ଡ (ଏଫଆଇପିବି)ର ଅନୁମତି ଦେବା ନିମନ୍ତେ କାର୍ତ୍ତି ଚିଦମ୍ବରମଙ୍କ ଭୂମିକା ସମ୍ପର୍କରେ ସିବଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ତଦନ୍ତ କରୁଛନ୍ତି।
ଏୟାରସେଲ-ମାକ୍ସିସ ମାମଲା : ସିବିଆଇର ନୂଆ ଅଭିଯୋଗଫର୍ଦରେ ପି.ଚିଦମ୍ବରମଙ୍କ ସମେତ ୧୮ ଜଣଙ୍କ ନାମ
Popular Categories



