www.samajalive.in
Monday, December 8, 2025
24.1 C
Bhubaneswar

ଖଡିଆଳକୁ ଉପଖଣ୍ଡ ମାନ୍ୟତା- ସରକାରଙ୍କ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ ଦାବୀ

ଖଡିଆଳ : ନୂଆପଡା ଜିଲା ଖଡିଆଳକୁ ଉପଖଣ୍ଡ ମାନ୍ୟତା ଦାବୀ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହୋଇଆସୁଥିଲା। ଏହି ଦାବୀକୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଥିବା ଜଣାପଡିବା ପରେ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସରକାରଙ୍କ ପକ୍ଷରୁ ୧୮ ଗୋଟି ନୂତନ ସବଡିଭିଜନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ପଶ୍ଚିମ ଓଡିଶାରୁ ୮ ଗୋଟି ନୂତନ ସବଡିଭିଜନ ନିର୍ମାଣ ପାଇଁ ନିଷ୍ପତି ହୋଇଛି। ନୂଆପଡା ଜିଲାର ଖଡିଆଳ, ବଳାଙ୍ଗୀର ଜିଲାର କଣ୍ଟାବାଞ୍ଜି, କଳାହାଣ୍ଡି ଜିଲାର ମଦନପୁର ରାମପୁର, ବରଗଡ ଜିଲାର ବରପାଲି, ସମ୍ବଲପୁର ଜିଲାର ରେଙ୍ଗାଲି, ବୌଦ୍ଧ ଜିଲାର କଣ୍ଟାମାଳ, ସୁନ୍ଦରଗଡ ଜିଲାର ରାଜଗାଙ୍ଗପୁର ଏବଂ ସୁବର୍ଣ୍ଣପୁର ଜିଲାର ବିନିକା ବୋଲି ଜଣାପଡିଛି। ଖଡିଆଳ ନାଗରିକ ପରିଷଦ ଖଡିଆଳକୁ ସବଡିଭିଜନ ମାନ୍ୟତା ଦାବୀ ନେଇ ଇତିପୂର୍ବେ ତିନି ଗୋଟି ବ୍ଳକକୁ ଯାଇ ସମର୍ଥନ ସଂଗ୍ରହ ଅଭିଯାନ କରିଛନ୍ତି। ବୋଡେନ, ସିନାପାଲି ଏବଂ ଖଡିଆଳ ବ୍ଳକର ଅଧିବାସୀଙ୍କ ସମର୍ଥନ ଥିବା ଜଣାଇଥିଲେ। ସେହିପରି ଅନେକ ଥର ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇ ଖଡିଆଳ ଜିଲାର ମାନ୍ୟତା ପାଇବାର ଯୋଗ୍ୟତା ରହିଥିବା ବେଳେ ତାହାର ପ୍ରତି ହୋଇଥିବା ଅନ୍ୟାୟକୁ ଉପଖଣ୍ଡ ମାନ୍ୟତା କିଛିକାଂଶ ଭରଣ କରିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଖଡିଆଳ ଅବିଭକ୍ତ କଳାହାଣ୍ଡି ଜିଲା ପରିସର ମଧ୍ୟରେ ଥିବା ବେଳେ ଖଡିଆଳକୁ ସ୍ୱତନ୍ତ୍ର ଜିଲା ରୂପେ ମାନ୍ୟତା ଦିଆଯାଇ ବିଭିନ୍ନ ଜିଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପିତ ହୋଇ ନିଜସ୍ୱ ସରକାରୀ ଗୃହରେ କାର୍ଯ୍ୟରତ ରହିଆସୁଛି। ବର୍ତ୍ତମାନ ଏହି ସରକାରୀ କାର୍ଯ୍ୟାଳୟକୁ ମସୁଧା କରି ଜିଲା ମହକୁମାକୁ ସ୍ଥାନାନ୍ତର ଉଦ୍ୟମ କରାଯାଉଛି। ସରକାରଙ୍କ ପଶ୍ଚିମ ଓଡିଶାରେ ୮ ଗୋଟି ନୂତନ ସବଡିଭିଜନ ନିଷ୍ପତ୍ତି ନେଇ ଖଡିଆଳକୁ ସ୍ଥାନୀତ କରିଥିବାରୁ ସିନାପାଲି, ବୋଡେନ ଏବଂ ଖଡିଆଳ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହି ନିଷ୍ପତିକୁ ସରକାର ଯଥାଶୀଘ୍ର ଘୋଷଣା କାର୍ଯ୍ୟକାରୀ କଲେ ଏହି ଅଞ୍ଚଳ ପ୍ରତି ହୋଇଥିବା ଅନ୍ୟାୟର ଉପଯୁକ୍ତ ନ୍ୟାୟ ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟ ସରକାର ତୁରନ୍ତ ପ୍ରସ୍ତାବିତ ସବଡିଭିଜନ ମାନ୍ୟତାକୁ ଅତିଶୀଘ୍ର କାର୍ଯ୍ୟକାରୀ କରିବାକୁ ଖଡିଆଳ ଅଞ୍ଚଳର ବୁଦ୍ଧିଜିବୀ ଦାବୀ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories