www.samajalive.in
Monday, December 8, 2025
24.1 C
Bhubaneswar

ବସ୍ତିବାସିନ୍ଦାଙ୍କ ପାଇଁ କରୋନା ସଚେତନତା ଅଭିଯାନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଆହ୍ୱାନ କ୍ରମେ ଉତ୍ତର ଭୁବନେଶ୍ବରର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁଙ୍କ ଦ୍ବାରା ୱାର୍ଡ ନମ୍ବର ୧୨ରେ କରୋନା ସଂପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ବସ୍ତି ଓ କଲୋନିରେ ବସବାସ କରୁଥିବା ଲୋକମାନେ କିଭଳି ନିୟମିତ ମାସ୍କ ପିନ୍ଧିବେ ଓ ହାତକୁ ସାବୁନ୍‌ରେ ବାରମ୍ବାର ଧୋଇବେ କିମ୍ବା ସାନିଟାଇଜ୍ କରିବେ ଏହା ଜନସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଥିଲା। ଏହା ଦ୍ବାରା ଜନସାଧାରଣଙ୍କ ଠାରୁ କରୋନା ଦୂରେଇ ଯିବ। ଉତ୍ତର ଭୁବନେଶ୍ବରର ଯୁବ ସମାଜସେବୀ ତଥା ଜିଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁଭାଇଙ୍କ ନେତୃତ୍ବରେ ୫୦ରୁ ଅଧିକ ଯୁବ ସଂଗଠକ ,ରାଜ୍ୟ ସମ୍ପାଦକ ଓ ଓଡିଶା ମୋ ପରିବାରର ସଦସ୍ୟ ସୁବାଷ ଚନ୍ଦ୍ର ପାତ୍ର, ଭୁବନେଶ୍ବର ଜିଲା ଛାତ୍ର ସଭାପତି ସୁବାଷ ସାହୁ, ଯୁଗ୍ମ ସମ୍ପାଦକ ରଶ୍ମି ରଞ୍ଜନ ସାହୁ , ଯୁବ ସମାଜସେବୀ କାଳୁ ଚରଣ ସିଂ, ମନୋରଞ୍ଜନ ଦାସ ଓ ବରିଷ୍ଠ ସାମ୍ବାଦିକ ବିଶ୍ବ ରଞ୍ଜନ ଦାସ ଯୋଗଦାନ କରି ୧୨ ନମ୍ବର ୱାର୍ଡର ସାମନ୍ତପୁରୀ ସାହି ଏବଂ ସପ୍ତମ ବାଟାଲିୟନର ଛକ ବଜାର ଅଞ୍ଚଳ ଗୁଡ଼ିକରେ କୋରନା ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories