www.samajalive.in
Thursday, December 11, 2025
14.1 C
Bhubaneswar

ଆଧୁନିକ ମତ୍ସ୍ୟଚାଷ, ଜଳଜୀବ ପାଳନ ଓ ବୀଜ ଉତ୍ପାଦନ ଉପରେ ଗୁରୁତ୍ୱ

ପିପିଲି: ବୈଷୟିକ ଏବଂ ବୈଜ୍ଞାନିକ ଗବେଷଣା ଦ୍ୱାରା ବିଭିନ୍ନ ବିଭାଗରେ ଅଭିବୃଦ୍ଧି କରିବା ଲକ୍ଷ୍ୟରେ ସମଗ୍ର ବିଶ୍ୱରେ ଅବସ୍ଥାନ କରୁଥିବା ପ୍ରବାସୀ ଭାରତୀୟ ବୈଜ୍ଞାନିକ ମାନଙ୍କର ଏକ ଦିନିକିଆ ଭର୍ଚୁଆଲ ସମ୍ମିଳନୀ “ବୈଭବ-୨୦’ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ଗବେଷଣାରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସଫଳ ସମାଧାନ କରିବା ପାଇଁ ବିଶ୍ୱ ବୈଜ୍ଞାନିକ ମାନଙ୍କର ଜ୍ଞାନ ଓ ଅନୁଭୂତିକୁ ଉପଯୋଗ କରି ଏକ ବିସ୍ତାରିତ ଯୋଜନାର ନକ୍ସା ପ୍ରସ୍ତୁତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଭାରତର ସମସ୍ତ ଏସ୍ଏଣ୍ଡ୍ଟି ଏବଂ ଶୈକ୍ଷିକ ସଂଗଠନର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚିନ୍ତନ ପ୍ରକ୍ରିୟା, କାର୍ଯ୍ୟଧାରା, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ଗବେଷଣା ଓ ଉନ୍ନୟନ ସଂସ୍କୃତି ଆଦିି ଉପରେ ସବିଶେଷ ଆଲୋଚନା କରାଯାଇଥିଲା ।
ଆଧୁନିକ ମତ୍ସ୍ୟଚାଷ, ଜଳଜୀବ ପାଳନ ଓ ବୀଜ ଉତ୍ପାଦନ ଆଦି ପ୍ରମୁଖ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀରେ ବିଶେଷ ଭାବେ ଆଲୋଚନା କରାଯାଇଥିବା ବେଳେ ଭାରତର ମତ୍ସ୍ୟଚାଷ ଓ ଜଳଜୀବ ପାଳନ କ୍ଷେତ୍ରରେ ବିଜ୍ଞାନ ଓ ଗବେଷଣାର ଅଗ୍ରଣୀ ଆବଶ୍ୟକତା ଉପରେ ୧୮ଜଣ ବୈଜ୍ଞାନିକ ନିଜନିଜର ବକ୍ତବ୍ୟ ରଖିଥିଲେ । ଫ୍ରାନ୍ସ, ନରୱେ, ଅଷ୍ଟ୍ରେଲିଆ, ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ହଙ୍ଗ୍କଙ୍ଗ୍ ଆଦି ଦେଶର ବିଶିଷ୍ଟ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରିସର୍କୁଲେଟୋରି ଆକ୍ୱାକଲ୍ଚର (ଆର୍ଏଏସ୍) ଓ ବାୟୋଫ୍ଲକ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଏହି ସମ୍ମିଳନୀରେ ପୋଷଣ ଅନୁସନ୍ଧାନ, ଜଳଜୀବ ପାଳନରେ କୁତ୍ରିମ ବୁଦ୍ଧିମତାର ପ୍ରୟୋଗ, ମେସିନ୍ଲର୍ଣ୍ଣିଂ, ଆଧୁନିକ ଉପାୟରେ ମାଛ ଧରିବା ଓ ସୁପର ଇଫେନ୍ସିଭ ଆକ୍ୱାକଲ୍ଚର ଉପରେ ମଧ୍ୟ ବୈଜ୍ଞାନିକମାନେ ଗୁରୁତ୍ୱାରୋପ କରିଥିଲେ ।
ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ସମ୍ମିଳନୀରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦ୍ଦେଶକ ଡଃ ଜେ.କେ ଜେନା ସଭାପତିତ୍ୱ କରିଥିବା ବେଳେ ନରୱେ ସ୍ଥିତ ନୋର୍ଡ ୟୁନିଭରସିଟି ର ପ୍ରଫେସର କିରୋନ ବିଶ୍ୱନାଥ ଉପାଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ । ପ୍ରାରମ୍ଭରେ ନୋଡାଲ ଅଫିସର ଡଃ ପି. ରାଉତରାୟ ସ୍ୱାଗତ ଭାଷଣ ଦେବା ଅବସରରେ ସମ୍ମିଳନୀର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ବୈଜ୍ଞାନିକ ଡଃ ନଗେଶ କୁମାର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସିଫାର ବୈଜ୍ଞାନିକ ତଥା ଆଇଟି ସଂଯୋଜକ ଡଃ ଆଇ. ଶିବରମଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏଠାରେ ସୂଚନା ଥାଉକି, ବୈଷୟିକ ଏବଂ ବୈଜ୍ଞାନିକ ଗବେଷଣା ଦ୍ୱାରା ବିଭିନ୍ନ ବିଭାଗରେ ଅଭିବୃଦ୍ଧି କରିବା ଲକ୍ଷ୍ୟରେ ପ୍ରବାସୀ ଭାରତୀୟ ବୈଜ୍ଞାନିକ ସମ୍ମିଳନୀ ‘ବୈଭବ-୨୦୨୦’କୁ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଥିଲେ । ଏହି ବିଶାଳ କାର୍ଯ୍ୟକ୍ରମରେ ଭାରତର ସମସ୍ତ ଅଗ୍ରଣୀ ମତ୍ସ୍ୟ ଗବେଷଣା ସଂସ୍ଥାନ ମଧ୍ୟରେ ସିଫା ‘ଚାମ୍ପିଅନ୍ ଇନ୍ଷ୍ଟିଚ୍ୟୁଟ’ର ମାନ୍ୟତା ହାସଲ କରିଥିଲା ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories