www.samajalive.in
Friday, December 12, 2025
19.1 C
Bhubaneswar

ପୁଣି ଫେରିଲା ଚକଡା ପୋକ ; ଚିନ୍ତାରେ ଚାଷୀ

ଫୁଲବାଣୀ/ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ଧାନ ଚାଷ କରିଥିବା ଚାଷୀମାନଙ୍କୁ ଚକଡା ପୋକର ଚିନ୍ତା ଘାରିଛି। ଧାନ ବିଲ ମାନଙ୍କରେ ଧାନ ଗଛ ଠିକ୍ ପାକାଳ ହେବା ସମୟରେ ଚକଡା ପୋକ ଲାଗି ଧାନ ଗଛ ସବୁ ନଷ୍ଟ କରିବାରେ ଲାଗିଛି। ଯାହାଫଳରେ ଅନଚଳର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଫିରିଙ୍ଗିଆ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ହୋଇଥିବା ବେଳେ ଏଠିକାର ଅଧିବାସୀମାନେ ପ୍ରାୟତଃ ଧାନ ଚାଷ କରିଥାନ୍ତି। ବିଶେଷ କରି ନାହାଣାଗାଁ, ଖଜୁରିପଡା, ଗୋଛାପଡା, କେଳାପଡା, ସାଡିଙ୍ଗିଆ, ପାହିରୁଜୁ ଜାଜେସପାଙ୍ଗା, ଉପରପାଙ୍ଗ, ଶ୍ରୀପଲ୍ଲା ଅଞ୍ଚଳର ଚାଷ ହୋଇଥିବା ବିଲରେ ଏହି ଚକଡା ପୋକ ବିଶେଷ ଭାବରେ କ୍ଷତିକରି ଚାଲିଥିବା ଦେଖିବାକୁ ମିଳିଛି। ଏହି ଚକଡା ପୋକକୁ ଦମନ କରିବା ପାଇଁ ଆସୁଥିବା ଔଷଧ ମଧ୍ୟ କାମ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। କିଛି ମାସ ହେଲା କୋରେନା ମାହାମାରୀ ପାଇଁ ଚାଷ ବାସରେ ବାଧା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଅନ୍ନ ମୁଠାଏ ପାଇଁ ଚାଷି କୂଳ ସଜବାଜ ହେଉଥିବା ବେଳେ ଚକଡା ପୋକ ଚାଷୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଗୋଟେ ପଟେ ଚକଡା ପୋକ ଅନ୍ୟପଟେ ଜଙ୍ଗଲୀ ବାରାହା ଏକର ଏକର ଧାନ ଫସଲ ନଷ୍ଟ କରି ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏତିକିରେ ଚାଷୀଙ୍କ ଦୁଃଖ ସରିନି । ଜଙ୍ଗଲୀ ବାରାହା ମଧ୍ୟ ଆସି ବହୁତ କ୍ଷୟକ୍ଷତି କଲେଣି। ଅଂଚଳର ଚାଷୀମାନେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ମଧ୍ୟ କରିଛନ୍ତି। ଋଣ ନେଇ ଚାଷୀମାନେ ଚାଷ କରୁଥିଲେ। ତେବେ ଅନେକଙ୍କର ସେହି ଚାଷ ବୁଡିବାକୁ ବସିଲାଣି। ଋଣ ପରିଶୋଧ ଚିନ୍ତା ମଧ୍ୟ ବଢାଇଛି। ତେଣୁ ସରକାର ଏଦିଗରେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ହୋଇ ପଡିଛି ବୋଲି ଚାଷୀମାନେ ଦାବି କରିଛନ୍ତି। କୃଷିବିଭାଗ ଚାଷୀମାନଙ୍କ ପାଖରେ ପହଁଚି ଏହି ଚକଡା ପୋକକୁ କିଭଳି ଭାବେ ଦମନ କରାଯାଇପାରିବ ସେ ବିଷୟରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories