www.samajalive.in
Friday, December 12, 2025
19.1 C
Bhubaneswar

ମିଥୁନଙ୍କ ପୁଅ ମହାଅକ୍ଷୟ ଓ ପତ୍ନୀଙ୍କ ନାମରେ ବଳାତ୍କାର ଓ ଗର୍ଭପାତ ଅଭିଯୋଗ

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଏକ ମାମଲାରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ମୁମ୍ବାଇର ଓସିୱାରା ଥାନାରେ ବଳାତ୍କାର କରିବା ଓ ଗର୍ଭପାତ ମାମଲା ରୁଜୁ ହୋଇଛି। ଏହି ମାମଲାରେ ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗିତା ବାଲିଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ କରାଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ଅଭିନେତ୍ରୀ-ମଡେଲ ଏହି ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ତାଙ୍କ ଏଫ୍ଆଇଆରରେ କହିଛନ୍ତି ଯେ, ତାଙ୍କର ଏବଂ ମହାଅକ୍ଷୟଙ୍କ ମଧ୍ୟରେ ୨୦୧୫ ମସିହାରୁ ସମ୍ପର୍କ ଥିଲା। ୨୦୧୫ରେ ମହାଅକ୍ଷୟ ତାଙ୍କୁ ଘରକୁ ଡାକି ଏକ ମୃଦୁ ପାନୀୟରେ ଔଷଧ ଦେଇଥିଲେ। ଏହି ସମୟରେ ମହାଅକ୍ଷୟ ତାଙ୍କର ବିନା ଅନୁମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ଅନେକ ଥର ବିବାହ ବିଷୟରେ କହିଥିଲେ। ଏଥି ସହିତ ବିବାହର ପ୍ରତିଶୃତି ଦେଇ ମହାଅକ୍ଷୟ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

- Advertisement -

ଅଭିଯୋଗ ହୋଇଛି ଯେ ମହାଅକ୍ଷୟ ଚକ୍ରବର୍ତ୍ତୀ ପୀଡିତାଙ୍କ ସହିତ ପ୍ରାୟ ଚାରି ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହିତ ପୀଡିତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା। ଏଫଆଇଆର ଅନୁଯାୟୀ, ଯେତେବେଳେ ପୀଡିତା ଗର୍ଭବତୀ ହୋଇଥିଲେ, ମହାଅକ୍ଷୟ ତାଙ୍କୁ ବାଧ୍ୟ କରି ଗର୍ଭପାତ କରାଇବାକୁ ଚାପ ପକାଇଥିଲେ। ଯେତେବେଳେ ପୀଡିତା ରାଜି ହୋଇନଥିଲେ, ସେତେବେଳେ ସେ ଔଷଧ ଦେଇ ପାଇ ଗର୍ଭପାତ କରାଇଥିଲେ। ତେବେ ପୀଡିତା କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଔଷଧ ଗର୍ଭପାତ ପାଇଁ ବୋଲି ସେ ଜାଣି ନଥିଲେ।

ସୂଚନାଯୋଗ୍ୟ, ପୀଡିତା ମହାଅକ୍ଷୟଙ୍କ ମାଆ ତଥା ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗୀତା ବାଲିଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କୁ ଧମକ୍ ଦେବା ସହ ମାମଲା ରଫା-ଦଫା କରିବା ପାଇଁ ଚାପ ପକାଇଥିବା ଅଭିଯୋଗ କରିଛନ୍ତି । ମହାଅକ୍ଷୟ ଏବଂ ଯୋଗିତା ବାଲିଙ୍କ ବିରୁଦ୍ଧରେ ଧାରା ୩୭୬ (୨) (ଏନ) (ଜଣେ ମହିଳାଙ୍କୁ ବାରମ୍ବାର ବଳାତ୍କାର), ୩୨୮ (ବିଷ କିମ୍ବା ଅନ୍ୟ ଉପାୟରେ ତାଙ୍କୁ ଆଘାତ କରିବା) ୪୧୭ (ପ୍ରତାରଣା), ୫୦୬ (ଧମକ), ୩୧୩ ( ମହିଳାଙ୍କ ସହମତି ବିନା ଗର୍ଭପାତ) ଏବଂ ଧାରା ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ଏହି ମାମଲାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲା ପଞ୍ଜିକୃତ ହୋଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories