www.samajalive.in
Sunday, December 7, 2025
16.1 C
Bhubaneswar

ଶିକ୍ଷା ବ୍ୟବସ୍ଥା ହେବ ମଜବୁତ, ଷ୍ଟାର୍ସ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ

ଷ୍ଟାର୍ସ ପ୍ରକଳ୍ପରେ ୬ଟି ରାଜ୍ୟ ମଧ୍ୟରେ ଓଡିଶା ସାମିଲ
୫ଟି ରାଜ୍ୟରେ କାର୍ଯ୍ୟକାରି ହେବ ଏଡିବି ଅନୁଦାନ ପ୍ରାପ୍ତ ପ୍ରକଳ୍ପ

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ରାଜ୍ୟମାନଙ୍କୁ ସହାୟତା କରିବା ପାଇଁ ନୂତନ ଶିକ୍ଷା ନୀତି ଅନୁଯାୟୀ ‘ଷ୍ଟାର୍ସ’ ପ୍ରକଳ୍ପକୁ ଅନୁମୋଦନ କରିଛି। ଶିକ୍ଷା, ଶିକ୍ଷଣ ଏବଂ ରାଜ୍ୟଗୁଡ଼ିକରେ ଶିକ୍ଷା ସମ୍ପର୍କିତ ଫଳାଫଳ ମଜବୁତ କରିବା ନିମନ୍ତେ Strengthening Teaching-Learning and Results for States (STARS) ପ୍ରକଳ୍ପକୁ ଅନୁମୋଦନ ମିଳିଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏଥିପାଇଁ ବିଶ୍ବବ୍ୟାଙ୍କ ୫ ହଜାର ୭୧୮ କୋଟି ଟଙ୍କା ସହାୟତା ଯୋଗାଇଦେବ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜାଭଡେକର କହିଛନ୍ତି ଯେ ମୋଦୀ ସରକାର ନୂତନ ଶିକ୍ଷାନୀତି – ୨୦୨୦ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି ଏବଂ ଏହି ପ୍ରକ୍ରିୟାର ଅଂଶ ଭାବରେ ଏକ ଶକ୍ତିଶାଳୀ ଶିକ୍ଷା-ଶିକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି କେନ୍ଦ୍ରୀୟ ପ୍ରାୟୋଜିତ ‘ଷ୍ଟାର୍ସ’ ପ୍ରକଳ୍ପ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେବ। ଏହା ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡିଶାକୁ ଅନ୍ତର୍ଭୁକ୍ତ କରିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ଶିକ୍ଷା ଫଳାଫଳର ବିକାଶ ତଥା ଉନ୍ନତି ପାଇଁ ରାଜ୍ୟଗୁଡିକୁ ସହାୟତା କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।

ଜାଭଡେକର କହିଛନ୍ତି, ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ରକୁ ସହାୟତା କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧୀନରେ ଏକ ସ୍ୱାଧୀନ ତଥା ସ୍ୱୟଂଶାସିତ ଅନୁଷ୍ଠାନ ଭାବରେ ‘ପରଖ’ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ବ୍ୟତୀତ ଗୁଜୁରାଟ, ତାମିଲନାଡୁ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଆସାମ ଭଳି ୫ଟି ରାଜ୍ୟରେ ମଧ୍ୟ ଏଡିବି ଅନୁଦାନ ପ୍ରାପ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ସମସ୍ତ ରାଜ୍ୟ ଅନ୍ୟ ରାଜ୍ୟ ସହ ଏହି କ୍ଷେତ୍ରରେ ଘଟୁଥିବା କାର୍ଯ୍ୟାନ୍ୱୟନ ସମ୍ପର୍କରେ ସୂଚନା ଆଦାନ ପ୍ରଦାନ କରିବେ।

ଷ୍ଟାର୍ସ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ:
– ଛାତ୍ରଛାତ୍ରୀମାନଙ୍କ ସମସ୍ତ ସୂଚନା ସଂଗ୍ରହ କରି ଜାତୀୟ ଡାଟାବେସ ଦୃଢ କରିବା
– ରାଜ୍ୟ ପ୍ରୋତ୍ସାହନ ଅନୁଦାନ ମାଧ୍ୟମରେ ରାଜ୍ୟ ଏଜେଣ୍ଡାକୁ ଉତ୍ସାହିତ କରିବା
– ଶିକ୍ଷଣ ମୂଲ୍ୟାଙ୍କନ ବ୍ୟବସ୍ଥା ମଜବୁତ କରିବା
– ଅନଲାଇନ୍ ପୋର୍ଟାଲ୍ ଜରିଆରେ ସାମାଜିକ ତଥା ଅନ୍ୟାନ୍ୟ ଗଣମାଧ୍ୟମକୁ ସାମିଲ କରାଇବା, ବୈଷୟିକ କର୍ମଶାଳା ଆୟୋଜନ ଏବଂ ରାଜ୍ୟଗୁଡିକର ଅଭିଜ୍ଞତା ଉପଯୋଗ ସହ ପରିଦର୍ଶନ ଏବଂ ସମ୍ମିଳନୀ ଆୟୋଜନ କରିବା
– ପ୍ରାଥମିକ ବାଲ୍ୟ ଶିକ୍ଷା ଏବଂ ଭିତ୍ତିଭୂମି ଶିକ୍ଷାକୁ ମଜବୁତ କରିବା
– ଶିକ୍ଷଣ ମୂଲ୍ୟାଙ୍କନ ପ୍ରଣାଳୀରେ ଉନ୍ନତି ଆଣିବା
– ଶିକ୍ଷକ ବିକାଶ ଏବଂ ବିଦ୍ୟାଳୟ ନେତୃତ୍ୱ ମାଧ୍ୟମରେ ଶ୍ରେଣୀଗୃହର ବିକାଶ କରିବା
– କ୍ୟାରିୟର ମାର୍ଗଦର୍ଶନ ଏବଂ ପରାମର୍ଶ, ଇଣ୍ଟର୍ନସିପ୍ ଏବଂ ସ୍କୁଲ ପିଲାମାନଙ୍କ ମାଧ୍ୟମରେ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ମଜବୁତ କରିବା

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories