www.samajalive.in
Monday, December 8, 2025
24.1 C
Bhubaneswar

ଅର୍ଥ ସାଜିଛି ବାଧକ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୀମାଞ୍ଚଳ

ଫୁଲବାଣୀ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଫଳରେ ଚିକିତ୍ସା କରି ନ ପାରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ ରଣବା ପଞ୍ଚାୟତର ଘାଟଖାରିଗୁଡ଼ା ଗ୍ରାମରେ ଚାଷୀ ସୀମାଞ୍ଚଳ ନାୟକଙ୍କ ପକ୍ଷରେ ଘଟିଛି ଏଭଳି ଏହି ଘଟଣା।

ଖବର ପ୍ରକାରେ, ଗତ ୩ ମାସ ହେଲା ଚାଷୀ ସୀମାଞ୍ଚଳଙ୍କ ଗଳା ଓ ଜିଭରେ କର୍କଟ ରୋଗ ହୋଇଥିବା ଯୋଗୁଁ ସେ ଆଉ ଭଲରେ ଖାଇ ପିଇ ପାରୁନାହାନ୍ତି। କେବଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିକି ଆଉ ସେ ଭଲରେ କଥା ମଧ୍ୟ କହିପାରୁ ନାହାନ୍ତି। ଏଭଳି ସ୍ଥଳେ ସୀମାଞ୍ଚଳଙ୍କ ସ୍ତ୍ରୀ ଓ ପରିବାର ବର୍ଗ ସୀମାଞ୍ଚଳଙ୍କ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ମେଡ଼ିକାଲକୁ ନେଇଥିଲେ। ସେଠାରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥିତ ଏସ୍‍ସିବି ମେଡ଼ିକାଲକୁ ନେଇଥିଲେ। ସେଠାରେ ପ୍ରାୟ ୧୫ ଦିନ ରଖି ଡ଼ାକ୍ତର ବିିଭିନ୍ନ ପରୀକ୍ଷା କରିଥିଲେ କିନ୍ତୁ କୌଣସି ପ୍ରକାର ଚିକିତ୍ସା ହୋଇ ପାରିନଥିଲା। ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ବୋଲି ସେଠାରେ କୁହାଯାଇଥିବା ବେଳେ ସୀମାଞ୍ଚଳଙ୍କ ପରିବାର ପାଇଁ ତାହା ସମ୍ଭବ ନଥିଲା। ଯେଉଁ କିଛି ଟଙ୍କା ରଖିଥିଲେ ସେଥିରେ କୌଣସି ପ୍ରକାର ଗାଡ଼ିଭଡ଼ା କରି ସେମାନେ ନିଜ ଗ୍ରାମକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ପରିବାର ଚିକିତ୍ସା ପାଇଁ ଏବେ ଚିନ୍ତାରେ ପଡ଼ିଥିବା ବେଳେ କାହାକୁ କହିଲେ ଓ କାହାକୁ ନିବେଦନ କରିବେ ସେ ନେଇ ମଧ୍ୟ ସଂପୂର୍ଣ୍ଣଭାବେ ଅଜ୍ଞ ଅଛନ୍ତି ଉକ୍ତ ଅହପଞ୍ଚ ଅଞ୍ଚଳର ସୀମାଞ୍ଚଳଙ୍କ ପରିବାର ବର୍ଗ। ତେବେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଅର୍ଥ ଯୋଗାଡ଼ କଲେ ଚିକିତ୍ସା ହୋଇ ପାରିବ ବୋଲି ସୂଚନା ଦିଆଯାଇତିବା ବେଳେ ଅର୍ଥ କେଉଠୁ ସଂଗ୍ରହ କରିବେ ଓ ଚିକିତ୍ସା ପାଇଁ କଟକ ଯିବ ସେହି ଚିନ୍ତାରେ ଏହି ଚାଷୀ ପରିବାର। ସମୟ ଯେତିକ ଯେତିକି ଗଡ଼ୁଛି ସୀମାଞ୍ଚଳଙ୍କ ଯନ୍ତ୍ରଣା ମଧ୍ୟ ସେହିପରିମାଣରେ ବୃଦ୍ଧି ପାଉଛି। ବିଭିନ୍ନ ସମୟରେ ପାଟିରୁ ରକ୍ତ ନାଳ ବାହାରି ଆସୁଥିବା ବେଳେ ଦେହ ହାତ ଗୋଡ଼ ମଧ୍ୟ ସୁଖି ସୁଖି ଯାଉଛି। ସେପଟେ ତିନି ତିନୋଟି ପୁଅଙ୍କ ମୁହଁରେ ଦାନା ଯୋଗାଇବା ପାଇଁ ସ୍ତ୍ରୀ ସଚଳା ପ୍ରତ୍ରେକ ଦିନ କୁଲି ମଜୁରି କରିବାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥଳେ ଜିଲା ପ୍ରଶାସନ ସୀମାଞ୍ଚଳଙ୍କ ଚିକିତ୍ସା ଦିଗରେ ସହାୟତା ପ୍ରଦାନ କରି ଚିକିତ୍ସା ସେବା ଯୋଗାଇ ଦେବାକୁ ପରିବାର ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories