www.samajalive.in
Monday, December 8, 2025
24.1 C
Bhubaneswar

ବୁର୍ଲା ଭିମସାର କୋଭିଡ଼ ହସପିଟାଲ: ଭିଡ଼ ନିୟନ୍ତ୍ରଣ ପାଇଁ ଗୋଟିଏ ପାର୍ଶ୍ବ ଫାଟକ ସମ୍ପୂର୍ଣ୍ଣ ବନ୍ଦ

ବୁର୍ଲା: ବୁର୍ଲା ଭିମସାରର ନେତାଜୀ ଛକ ନିକଟରେ ରହିଥିବା ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି। ତେବେ ସ୍ଥାନୀୟ ବାସୀନ୍ଦାଙ୍କ ସମେତ ଜନ ସାଧାରଣ ଏବଂ ଘରୋଇ ଯାନ ବାହନମାନ ହସପିଟାଲ କାମ ଛଡା ଅନ୍ୟକାମ ପାଇଁ ଏହି ମୁଖ୍ୟ ଫାଟକ ଦେଇ ଯିବା ଉପରେ ସମ୍ପୂର୍ଣ୍ଣ ମାତ୍ରାରେ କଟକଣା ଲାଗୁ କରାଯାଇଛି। କେବଳ ମେଡିକାଲ କର୍ମଚାରୀ, ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କିୟଙ୍କ ଗାଡିକୁ ଛାଡି ଦେଲେ ଅନ୍ୟ କୌଣସି ପ୍ରକାର ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ କେତେକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଆଜିଠାରୁ ନେତାଜୀ ଛକ ନିକଟର ଭିମସାରର ମୂଖ୍ୟ ଫାଟକ ବା ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଛି। ପିଜିଛକ ନିକଟରେ ରହିଥିବା ହସପିଟାଲର ମୁଖ୍ୟ ଫାଟକକୁ ଖୋଲା ରଖା ଯାଇଛି। ଯଦ୍ୱାରା ରୋଗି ନେଇ ଆସୁଥିବା ଆମ୍ବୁଲାନ୍ସ କିମ୍ବା ଘରୋଇ ଗାଡି ଗୁଡିକ, ମେଡିକାଲ କର୍ମଚାରୀଙ୍କ ଗାଡି ଏପରିକି ବାଇକରେ ମେଡିକାଲ ଆସୁଥିବା ବ୍ୟକ୍ତି ମଧ୍ୟ ଏହି ରାସ୍ତା ଦେଇ ହସପିଟାଲକୁ ପ୍ରବେଶ କରିପାରିବେ ବୁର୍ଲା ପୁଲିସ ସୂତ୍ରରୁ ସୁଚନା ଦିଆଯାଇଛି। ସେପଟେ ଭିମସାରର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କାର୍ୟ୍ୟକ୍ଷମ ହେବା ଫଳରେ ଭିଡ ନିୟନ୍ତ୍ରଣ କରିବା ପାଇଁ ଏତାଦୃଶ ପଦକ୍ଷେପ ନିଆଯାଇଛି। ଏପରିକି, ସୋନପୁର, ବରଗଡ, ଟିଟଲାଗଡ଼ ଏବଂ ବଲାଙ୍ଗିର ପଟରୁ ରୋଗି ନେଇ ଆସୁଥିବା ଆମ୍ବୁଲାନ୍ସ ଗୁଡିକ ପିସିବ୍ରିଜ ଦେଇ ଭିସୁଟ ରାସ୍ତା ଦେଇ ପିଜିଛକ ଦେଇ ମେଡିକାଲକୁ ପ୍ରବେଶ କରିବ ଏବଂ ରୋଗି ଛାଡି ପୁଣି ସେହି ବାଟ ଦେଇ ଫେରିବେ ବୋଲି ନିୟମ କରାଯାଇଛି। ମେଡିକାଲ ସମ୍ମୁଖରେ ଲାଗୁଥିବା ଜଳଖିଆ ଠେଲା ଗୁଡିକ କିମ୍ବା ଘରୋଇ ଆମ୍ବୁଲାନ୍ସ ଗୁଡିକ ହସପିଟାଲ ପରିସର ମଧ୍ୟରେ ରହି ନାହିଁ ବୋଲି ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଈ ସୁଚନା ଦେଇଛନ୍ତି। ଭିମସାର କର୍ତ୍ତୃପକ୍ଷ ଏହି ନିୟମ ଲାଗୁ ଲାଗୁ କରିଥିବା ଜଣାପଡିଛି। ତେବେ ଆଜି ଏଭଳି ଭାବରେ ପୁର୍ବରୁ ସୁଚନା ଦିଆ ନ ଯାଇ ବୁର୍ଲା ଭିମସାରର ଫାଟକକୁ ହଠାତ ବନ୍ଦ କରାଯିବା ନେଇ ସାମାନ୍ୟ ଅସନ୍ତୋଷ ବାସୀନ୍ଦାଙ୍କ ମଧ୍ୟରେ ଦେଖିବାକୁ ମିଳିବା ସହିତ ନାନା ଚର୍ଚ୍ଚା ଜୋର ଧରିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories