www.samajalive.in
Saturday, December 13, 2025
17.1 C
Bhubaneswar

ବାଣୀଙ୍କ ମଜା

ଏଇ କିଛିଦିନ ତଳେ ବ୍ରିଟେନ୍‌ରୁ ଫେରିଛନ୍ତି ଅଭିନେତ୍ରୀ ବାଣୀ କପୁର। ‘ବେଲ୍ ବଟମ୍‌’ର ସୁଟିଂ ଶେଷ କରି ମୁମ୍ବଇ ଘରେ କିଛିଦିନ ଏକାନ୍ତବାସରେ ରହିଲେ। କରୋନା ସମୟର ସମସ୍ତ ନୀତିନିୟମକୁ ଭଲଭାବେ ପାଳନ କରୁଛନ୍ତି ସେ। ଆଇସୋଲେସନ୍‌ ସମୟ ଶେଷ ପରେ ସେ ପୁଣି ଚଣ୍ଡିଗଡ଼ ଯାଇଛନ୍ତି। ଅଭିଷେକ କପୁର ନିର୍ଦେଶିତ ଏଇ ଚଳଚ୍ଚିତ୍ରରେ ସେ ଓ ଆୟୁଷ୍ମାନ୍ ଖୁରାନା ମୁଖ୍ୟ ଭୂମିକାରେ ଦେଖାଦେବେ। ସାକ୍ଷାତକାର୍‌ରେ ବାଣୀ କହିଛନ୍ତି, ଲକ୍-ଡାଉନ୍ ସମୟରେ ଘରେ ରହି ସେ ଅତିଷ୍ଠ ହୋଇଯାଇଥିଲେ। ଏତେ ଦିନ ପରେ ବାହାରକୁ ଆସି ପୁଣି ସୁଟିଂରେ ଯୋଗ ଦେଇଥିବାରୁ ତାଙ୍କୁ ମଜା ଲାଗୁଛି। ବହୁ କଟକଣାରେ ସେମାନଙ୍କୁ ସୁଟିଂ କରିବାକୁ ପଡ଼ୁଛି। ବେଲବଟମ୍‌ ଚଳଚ୍ଚିତ୍ରର ସୁଟିଂ ପାଇଁ ସେ ଲଣ୍ଡନ ଓ ସ୍କଟଲାଣ୍ଡରେ ଥିବାବେଳେ କେବଳ ହୋଟେଲ୍ ଓ ସୁଟିଂ ସ୍ପଟ୍‌ରେ ହିଁ ସମୟ କାଟିଥିଲେ। ବ୍ରିଟେନ୍‌ର କଡ଼ା ନିୟମ ଅନୁସାରେ, ପୂରା ୟୁନିଟ୍ ସେଠାକାର ମଲ୍‌କୁ କିମ୍ବା ଅନ୍ୟ ଦର୍ଶନୀୟ ସ୍ଥାନକୁ ପ୍ରବେଶ କରିପାରିନଥିଲା। ବାଣୀ ଏହା ମଧ୍ୟ କହିଛନ୍ତି ଭ୍ୟାକ୍ସିନ୍ ଆସିଲେ ସ୍ଥିତି ପୂରା ସୁଧୁରିଯିବ, ଏହା ତାଙ୍କର ଦୃଢ଼ ବିଶ୍ବାସ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories