www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ଗମ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା, ୪୪ଟି ପୋଲକୁ ଉଦ୍‍ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ ୪୪ଟି ପୋଲକୁ ଆଜି ଉଦ୍‍ଘାଟନ କରିଛନ୍ତି ଓ ଅରୁଣାଚଳ ପ୍ରଦେଶରେ ନେଚିଫୋ ସୁଡ଼ଙ୍ଗର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସେହି ପୋଲଗୁଡ଼ିକ ଲଦାଖ, ଅରୁଣାଚଳ ପ୍ରଦେଶ, ସିକିମ୍‍, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଜାମ୍ମୁ କାଶ୍ମୀର ଭଳି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ। ଲଦାଖରେ ୮ଟି ପୋଲ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ସେହି ପୋଲଗୁଡ଼ିକ ଲଦାଖର ପଶ୍ଚିମକୁ ଅବସ୍ଥିତ ନିୟନ୍ତ୍ରଣ ରେଖା ଓ ପୂର୍ବକୁ ଅବସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିର୍ମାଣ କରାଯାଇଛି। ସେଗୁଡ଼ିକୁ ଉଦ୍‍ଘାଟନ କରାଯିବା ଦ୍ୱାରା ସେହି ରାଜ୍ୟଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ। ବିଶେଷକରି ସେହିସବୁ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ସୁଗମ ହେବ। ଏଥିପାଇଁ ସୀମା ସଡ଼କ ସଂଗଠନର କର୍ମଚାରୀମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି ସେହି ପୋଲଗୁଡ଼ିକ ଉଭୟ ସାମରିକ ଓ ପ୍ରଶାସନିକ ପରିବହନ କ୍ଷେତ୍ରରେ ବହୁମାତ୍ରାରେ ସହାୟକ ହେବ।

ପାକିସ୍ତାନ ଓ ଚୀନ୍‍ ସହ ସୀମା ଅଞ୍ଚଳର ପରିସ୍ଥିତି ବିଷୟରେ ଶ୍ରୀ ସିଂହ କହିଛନ୍ତି, ଆମର ଉତ୍ତର ଓ ପୂର୍ବ ସୀମାନ୍ତରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରାଯାଇଛି ଦେଶବାସୀ ସେ ବିଷୟରେ ଅବଗତ ଅଛନ୍ତି। ପ୍ରଥମେ ପାକିସ୍ତାନ ଓ ପରେ ଚୀନ୍‍ ଜାଣିଶୁଣି ସୀମା ଅଞ୍ଚଳରେ ବିବାଦ ସୃଷ୍ଟି କରୁଛନ୍ତି। ସେହି ଦୁଇ ରାଷ୍ଟ୍ର ସହ ଭାରତର ୭ ହଜାର କିଲୋମିଟର ଦୀର୍ଘ ସୀମା ଇଲାକା ରହିଛି, ଯେଉଁଠି ସର୍ବଦା ଉତ୍ତେଜନା ଲାଗି ରହିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅଧୀନରେ ଭାରତ ଏହି ସଂକଟ ଗୁଡ଼ିକର ଦୃଢ଼ ମୁକାବିଲା କରିବା ସଙ୍ଗେ ସଙ୍ଗେ ସେହିସବୁ ଅଞ୍ଚଳରେ ଐତିହାସିକ ପରିବର୍ତ୍ତନ କରୁଛି।

- Advertisement -

ଦେଶର ସୁରକ୍ଷା ପାଇଁ ମୌଳିକ ଢାଞ୍ଚାର ବିକାଶ ପ୍ରତି ଗୁରୁତ୍ୱାରୋପ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ଅଞ୍ଚଳରେ ବର୍ଷକର ୧୨ ମାସ ପରିବହନ ସୁବିଧା ନାହିଁ ସେଠାରେ ଆମର ସଶସ୍ତ୍ର ବାହିନୀ ଯବାନମାନେ ବହୁ ସଂଖ୍ୟାରେ ମୁତୟନ ହୋଇଛନ୍ତି। ସେ କହିଛନ୍ତି, ସୀମା ମୌଳିକ ଢାଞ୍ଚାର ବିକାଶ ଦ୍ୱାରା ସଶସ୍ତ୍ର ବାହିନୀ ଯବାନମାନଙ୍କୁ ସବୁଠୁ ବେଶି ସହାୟତା ମିଳିବ। ସୀମା ସଡ଼କ ସଙ୍ଗଠନର ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ସିଂହ କହିଛନ୍ତି, ବିଗତ ଦୁଇବର୍ଷ ଭିତରେ ସୀମା ସଡ଼କ ସଙ୍ଗଠନ ୨ ହଜାର ୨୦୦ କିଲୋମିଟର ସଡ଼କ ନିର୍ମାଣ କରିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories