ପଦ୍ମପୁର: ସବୁ ସ୍କୁଲ ଫି ପଇଠ ନ କରିବାରୁ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ଦେବାକୁ କତ୍ତୃର୍ପର୍କ୍ଷ ମନା କରିବାରୁ ଉପ ଜିଲ୍ଲାପାଳଂକ ଠାରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ପଦ୍ମପୁର ଉପ ଖଣ୍ତ ଭେଉଁରିଆ ଗ୍ରାମର କେତେକ ଛାତ୍ର ଛାତ୍ରୀ ପଦ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ। ପାଞ୍ଚରୁ ସାତ ବର୍ଷ ପଢିସାରିବା ପରେ ଛାତ୍ର ଛାତ୍ରୀଂକୁ ସରକାରୀ ବିଦ୍ୟାଳୟରେ ପଢାଇବା ପାଇଁ ଅଭିଭାବକମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ।ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନେ ନାମଲେଖା ଓ ମାସିକ ଫିଜ ନ ଦେଲେ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ମନା କରିଥିଲେ। ଅଭିଭାବକମାନେ କୋଭିଡ ପାଇଁ ଆର୍ଥିକ ଅବସ୍ଥା ଠିକ୍ ନାହିଁ। ତେଣୁ ସେମାନେ ଫିଜ ଦେବାକୁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି। ସଂପୃକ୍ତ ଶିକ୍ଷାନୁଷ୍ଠାନର ସଂପାଦକଂକ ମତରେ ଛାତ୍ର ଛାତ୍ରୀମାନେ ଦୀର୍ଘଦିନ ହେବ ଫିଜ ଦେଇ ନାହାନ୍ତି। ତେଣୁ ଅଧା ଫିଜ ଜମା କରନ୍ତୁ। ଘରୋଇ ଶିକ୍ଷାନୁଷ୍ଠାନର ଫିଜ ଛାଡ କରିବା ପ୍ରସଂଗ ଉଚ୍ଚ ନ୍ୟାୟାଳୟର ବିଚାରାଧୀନ ରହିଛି।ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।କୋଭିଡ ପୂର୍ବରୁ ବାକି ଥିବା ଫିଜ ଦେବାକୁ ଅଭିଭାବକମାନେ ସହମତି ପ୍ରକାଶ କରିବା ଉଚିତ ବୋଲି କହିଛନ୍ତି।
Attachments area
Comments are closed.