www.samajalive.in
Monday, December 8, 2025
24.1 C
Bhubaneswar

ତାଳଦଣ୍ଡା କେନାଲ ବନ୍ଧରେ ହେବ ୩ ଲେନ୍‍ର ରାସ୍ତା : ସୌନ୍ଦର୍ଯ୍ୟକରଣ ସହିତ ଉଜ୍ୱଳ ଆଲୋକରେ ଝଲସିବ

କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ୍‍ଓ ଠାରୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ କଟକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଯେଉଁ ଘୋଷଣା କରିଥିଲେ ସେହି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍‍ କଟକ ଗସ୍ତ କରି ସମୀକ୍ଷା କରିଛନ୍ତି। ଏହି ଟିମରେ ପୂର୍ତ୍ତ ଓ ଶକ୍ତି ସଚିବଙ୍କ ସମେତ କେନ୍ଦ୍ରାଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ରହିଥିଲେ। ଚାଲିଥିବା କାର୍ଯ୍ୟର ସମୀକ୍ଷା ସହିତ ତାଳଦଣ୍ଡା କେନାଲର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ୩ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି।

- Advertisement -

ଏସ୍‍ସିବି ମେଡିକାଲର ସମ୍ପ୍ରସାରଣ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ରୋଗୀମାନେ ଆସୁଥିବାରୁ ଉଭୟ ଆମ୍ବୁଲାନ୍ସ ଓ ରୋଗୀ ଡାକ୍ତରଖାନାକୁ ସୁବିଧାରେ ଆସିବାପାଇଁ ବର୍ତ୍ତମାନ ତାଳଦଣ୍ଡା କେନାଲର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଥିବା ରାସ୍ତା ଉପରେ ନିର୍ଭର କରୁଛନ୍ତି। ତେଣୁ ବନ୍ଧର ଉଭୟ ପାର୍ଶ୍ବରେ ଥିବା ସଡକକୁ ଯୋବ୍ରା ନିକଟସ୍ଥ କଟକ ରିଙ୍ଗ ରୋଡ୍‍ ଠାରେ ସଂଯୋଗ ପାଇଁ ନିଷ୍ପତ୍ତି ହୋଇଛି ଯାହା ଫଳରେ ସହର ବାହାରୁ ଆସୁଥିବା ରୋଗୀମାନେ ତୁରନ୍ତ ବିନା ବାଧାରେ ଏସ୍‍ସିବି ମେଡିକାଲ କଲେଜରେ ପହଞ୍ଚିପାରିବେ। ତଦନୁଯାୟୀ ୫-ଟି ସଚିବଙ୍କ ନେତୃତ୍ୱରେ କଟକ ଯାଇଥିବା ଟିମ୍‍ ଉଭୟ ପଟ ବନ୍ଧ ରାସ୍ତାକୁ ୩ ଲେନ୍‍ ବିଶିଷ୍ଟ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି।


ସେହି ଅନୁଯାୟୀ ବର୍ତ୍ତମାନ ଦକ୍ଷିଣ ପାର୍ଶ୍ବରେ ଯୋବ୍ରା ଠାରୁ ହିନ୍ଦ୍‍ ସିନେମା ଛକ ଏବଂ ବାମ ପାର୍ଶ୍ବରେ ଯୋବ୍ରା ଠାରୁ କଟକ ମିଠା ଦୋକାନ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ବନ୍ଧକୁ ରାଜ୍ୟ ଯୋଜନାରେ ସମ୍ପ୍ରସାରିତ କରାଯିବ। ଉଭୟ ପାର୍ଶ୍ବ ବନ୍ଧର ଦୈର୍ଘ୍ୟ ୧୫୫୦ ମିଟର ରହିଛି। ମାଲ ପରିବହନ ପାଇଁ ବନ୍ଧର ଚଉଡା ୩.୫ ମିଟରରୁ ୯.୩୦ ମିଟରକୁ ବୃଦ୍ଧି କରାଯିବ। ଏହି ସଡକ ପାର୍ଶ୍ବରେ ୯୫୦ ମିଟର ଦୈର୍ଘ୍ୟର ସଡକ ରହିବ। ସେହିଭଳି ଆଉ ଗୋଟିଏ ବନ୍ଧର ଚଉଡା ୩.୫ ମିଟରରୁ ୧୨.୩୦ମିଟରକୁ ବୃଦ୍ଧି କରାଯିବ ଏବଂ ଏହା ପାର୍ଶ୍ବରେ ୬୦୦ ମିଟରର ସଡକ ରହିବ।


ସେହିଭଳି ପ୍ରସ୍ତାବିତ ସଡକ ପାର୍ଶ୍ବରେ ୧୫ମିଟର ଚଉଡାର ପାଦଚଲା ରାସ୍ତା ରହିବ। ସଡକର ଉଭୟ ପାର୍ଶ୍ବରେ ଗାଡି ରଖିବା ପାଇଁ ସ୍ଥାନ ନିର୍ଦ୍ଧାରଣ ହେବ। ବନ୍ଧର ଉଭୟ ପାର୍ଶ୍ବରେ ଗଛ ଲଗାଇ ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସବୁଜ ବଳୟ ସୃଷ୍ଟି ହେବ। ବାମପାର୍ଶ୍ବ ବନ୍ଧରେ ପାର୍କିଂ ସୁବିଧା ସହିତ ଲ୍ୟାଣ୍ଡସ୍କେପିଙ୍ଗ୍‍ କରାଯିବ। ପ୍ରସ୍ତାବିତ ନୂତନ ସଡକକୁ ଆଲୋକିକରଣ ଲାଗି ଆବଶ୍ୟକ ପରିମାଣର ଷ୍ଟ୍ରିଟ୍‍ ଲାଇଟ୍‍ ଲଗାଯିବାର ବ୍ୟବସ୍ଥା ହୋଇଛି।

କଟକରେ ହେବାକୁ ଥିବା ବିଭିନ୍ନ ଉଦ୍‍ଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଟିମ୍‍ ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲ ସଫେଇ, ଏସ୍‍ସିବି ମେଡିକାଲ କଲେଜ ଜମିର ଉନ୍ନତିକରଣ, ଟ୍ରାଫିକ ବ୍ୟବସ୍ଥାର ସୁଦୃଢୀକରଣ ଓ ପାର୍କିଂ, ଭବିଷ୍ୟତର ସମ୍ପ୍ରସାରଣ ଓ ଛତ୍ରବଜାର ଅଞ୍ଚଳର ଉନ୍ନତିକରଣ ସମ୍ପର୍କରେ ଏହି ଟିମ୍‍ ଅନୁଧ୍ୟାନ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories