www.samajalive.in
Monday, December 8, 2025
24.1 C
Bhubaneswar

ଦୁଃଖଦ ଦାଦନ ଯାତ୍ରା: ଦୁର୍ଘଟଣାରେ ହାତ ହରାଇଲେ ଶ୍ରମିକ

ବଲାଙ୍ଗିର: କରୋନା ସମୟ ରେ ଘରକୁ ଫେରିଥିଲେ।ପୁଣି ରୋଜଗାର ଆଶାରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିବା ବେଳେ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ହାତ ହରାଇଲେ ଦେଓଗାଁ ବ୍ଲକ ଲଣ୍ଡାପଥର ଗାଁର ପ୍ରମୋଦ ସେଠ। ଦୁର୍ଘଟଣାରେ ବାମ ହାତ ସମ୍ପୂର୍ଣ୍ଣ ଭାବେ କଟିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ବ୍ୟବସ୍ଥା ହୋଇନପାରିବାର କିଛି ଯୁବକ ତାଙ୍କୁ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ହାତ ହରାଇ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଥିବା ଶ୍ରମିକଙ୍କ ପାଇଁ ଦାଦନ ଯାତ୍ରା ଦେଇଗଲା ଏକ ବଡ ଯନ୍ତ୍ରଣା ।
ସୂଚନା ଅନୁସାରେ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଲଣ୍ଡାପଥର ଗାଁର ଦାଦନ ଶ୍ରମିକ ପ୍ରମୋଦ ସେଠ । ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରି ବେଶ ଦୁଇ ପଇସା ରୋଜଗାର କରୁôଥିଲେ । କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବା ପରେ ଅନେକ ଦୁଃଖ କଷ୍ଟ ସହି ଘରକୁ ଫେରିଥିଲେ। ଘରେ ରହି କାମ କରିବାକୁ ମନସ୍ଥ କରିଥିବା ପ୍ରମୋଦଙ୍କୁ କାମ ମିଲିନଥିଲା । ଫଳରେ ସେ ବାଧ୍ୟ ହୋଇ ପୁଣିଥରେ ତାମିଲନାଡୁକୁ ଫେରିଯିବା ପାଇଁ ଘରୁ ଗୋଡ କାଢିଥିଲେ । କିନ୍ତୁ କିଏ ଜାଣିଥିଲା ଏହି ଯାତ୍ରା ତାଙ୍କୁ ସବୁଦିନ ପାଇଁ ଅର୍କମଣ୍ୟ କରିଦେବ ବୋଲି । ଶୁକ୍ରବାର ଗାଁରୁ ଅନ୍ୟ ଯୁବକ ମାନଙ୍କ ସହିତ ମିଶି ତାଲିନାଡୁରୁ ଆସିଥିବା ଏକ ବସରେ ପ୍ରମୋଦ ତାମିଲନାଡୁ ଅଭିମୁଖେ ବାହାରିଥିଲେ । ଶନିବାର ବିଜୟୱାଡା ନିକଟରେ ବସଟି ରାସ୍ତାକଡରେ ଛିଡା ହୋଇଥିଲା । ବସଟିକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଝରକା ବାହାରକୁ ବାହାରିଥିବା ପ୍ରମୋଦଙ୍କ ବାମ ହାତ କଟିଯାଇଥିଲା । ପ୍ରମୋଦଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଚିକିତ୍ସା ବ୍ୟବସ୍ଥା ହୋଇନପାରିବାରୁ ଅନ୍ୟ ଶ୍ରମିକ ମାନେ ଏକ ଆମ୍ବୁଲାନ୍ସରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଇଛନ୍ତି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁଧବାର ବଲାଙ୍ଗିରରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତେବେ କାମ ପାଇଁ ରାଜ୍ୟ ବାହାରକୁ ଯିବା ସମୟରେ ଦୁର୍ଘଟଣାର ଶୀକାର ହୋଇ ହାତ ହରାଇଥିବା ପ୍ରମୋଦଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି । ଅପରପକ୍ଷରେ ଘଟଣା ବିଷୟରେ ଅବଗତ ହେବା ପରେ ଆବଶ୍ୟକସ୍ଥଳେ ତାଙ୍କୁ ସହାୟତା ପ୍ରଦାନ କରାଯିବା ବୋଲି ଜିଲା ଶ୍ରମ ଅଧିକାରୀ କହିଛନ୍ତି ।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories