www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ପ୍ରାକ୍‌-ଶୈଶବ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର: ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ମାତୃଭାଷାଭିତ୍ତିକ ପ୍ରାକ୍‌ଶିକ୍ଷା ଏବଂ ପିତାମାତାଯୁକ୍ତ କାର୍ଯ୍ୟକ୍ରମ (ଏମ୍‌ଟିଇଏଲ୍‌ପି) ଜରିଆରେ ଶିଶୁମାନଙ୍କ ପ୍ରାକ୍‌-ଶୈଶବ ଶିକ୍ଷା ଓ ଯତ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ୨୦୧୬ ମସିହାରେ ବର୍ଣ୍ଣାଡ଼୍‌ ଭାନ୍‌ ଲିର ଫାଉଣ୍ଡେସନ୍‌ (ବିଭିଏଲ୍‌ଏଫ୍‌) ସହ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟର ୧୦ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ୭୨୦୨ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃଭାଷାରେ ପ୍ରାକ୍‌ଶିକ୍ଷା ପ୍ରଦାନ ଫଳପ୍ରଦ ହେଉଛି କି ନାହିଁ ତାହା ଜାଣିବା ନିମନ୍ତେ ଏକ ମୂଲ୍ୟାୟନ କରାଯାଇଥିଲା । ବିଭିଏଲ୍‌ଏଫ୍‌ ଦ୍ୱାରା ନିରପେକ୍ଷ ଆକଳନ ନିମନ୍ତେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ପ୍ରାକ୍‌ଶୈଶବ ବିକାଶ ଏବଂ ଗବେଷଣା କେନ୍ଦ୍ର ଦ୍ୱାରା ଏହି ମୂଲ୍ୟାୟନ କରାଯାଇଥିଲା। ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ନିକଟରେ ବିଶ୍ୱବିଦ୍ୟାଳୟ ତରଫରୁ ମୂଲ୍ୟାୟନ ରିପୋର୍ଟ ଉପସ୍ଥାପନ କରାଯାଇଛି। ବିଭିଏଲ୍‌ଏଫ୍‌ର କଣ୍ଟି୍ର ମ୍ୟାନେଜର ରୁସ୍‌ଦା ମାଜିଦ୍‌, ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରାକ୍‌ଶୈଶବ ବିକାଶ ଓ ଗବେଷଣା କେନ୍ଦ୍ରର ଅନରାରୀ ନିର୍ଦ୍ଦେଶକ ପ୍ରଫେସର ଜୁବେର ମିନାଲ୍‌, ଚେୟାର ପ୍ରଫେସର ଡ. ଅନୁଭା ରାଜେଶ ଏବଂ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ତଥା ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ବିଶ୍ୱବିଦ୍ୟାଳୟର ଗବେଷଣା କେନ୍ଦ୍ର ଦ୍ୱାରା ୨୦୧୯ ମସିହାରେ ଏହି ମୂଲ୍ୟାୟନ ଆରମ୍ଭ ହୋଇ ୨୦୨୦ ମସିହାରେ ଶେଷ ହୋଇଥିଲା। ଏମ୍‌ଟିଇଏଲ୍‌ପିପ୍ଲସ୍‌ ପଦ୍ଧତିରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍‌ଶୈଶବ ଯତ୍ନ ଓ ଶିକ୍ଷା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିକ୍ଷଣୀୟ ଉପକରଣର ବ୍ୟବହାର, ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକଳାପ ପାଇଁ ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ, ସମୟସାରଣୀର ଉପଲବ୍ଧତା ଏବଂ ବ୍ୟବହାର, ପିଲାମାନେ ଦେଖିପାରିବା ଭଳି ଦୂରତାରେ ବିଭିନ୍ନ ଶିକ୍ଷା ଉପକରଣର ପ୍ରଦର୍ଶନ, ଶିକ୍ଷାଦାନ ସମୟରେ ଏହି ସବୁ ଉପକରଣର ବ୍ୟବହାର, ସ୍ଥାନୀୟ ପ୍ରାସଙ୍ଗିକ ଉପକରଣ ଉପଲବ୍ଧ ହେବା ସହ ପିଲାମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପର ପ୍ରଦର୍ଶନ ଦ୍ୱାରା ପ୍ରାକ୍‌ଶିକ୍ଷା କାର୍ଯ୍ୟକ୍ରମରେ ଯଥେଷ୍ଟ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି। ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଶିକ୍ଷକ-ଅଭିଭାବକ ବୈଠକ ମାଧ୍ୟମରେ ସଂପର୍କ ସ୍ଥାପନ, ଶିଶୁମାନଙ୍କ ଘରକୁ ଅଙ୍ଗନବାଡ଼ି କର୍ମୀମାନଙ୍କ ନିୟମିତ ପରିଦର୍ଶନ, ପିତାମାତାଙ୍କର ମଧ୍ୟ ସନ୍ତାନମାନଙ୍କ
ପ୍ରାକ୍‌ଶୈଶବ ଯତ୍ନ ଓ ବିକାଶ କାର୍ଯ୍ୟକ୍ରମରେ ସହଭାଗିତା ଶିଶୁମାନଙ୍କ ଉନ୍ନତ ପ୍ରଦର୍ଶନରେ ବିଶେଷ ସହାୟକ ହୋଇଛି। ଘରେ ମଧ୍ୟ ପିତାମାତାମାନେ ପିଲାମାନଙ୍କ ସହିତ ଗୀତଗାଇବା, କବିତା ଆବୃତ୍ତି, ଗପ କହିବା, ପିଲାଙ୍କୁ ବୁଲାଇ ନେବା, ସେମାନଙ୍କ ସହିତ ଖେଳିବା ଦ୍ୱାରା ସେମାନଙ୍କ ସହ ଆହୁରି ଅନ୍ତରଙ୍ଗ ସଂପର୍କ ସ୍ଥାପନ କରିପାରିଛନ୍ତି।
ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଏବଂ ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାରେ ସଶକ୍ତିକରଣ ଦ୍ୱାରା ରାଜ୍ୟରେ ପ୍ରାକ୍‌ଶୈଶବ ଶିକ୍ଷା ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେବା ସହ ପିତାମାତା ଏବଂ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ସଂପର୍କ ଆହୁରି ଦୃଢ଼ୀଭୂତ ହୋଇପାରିଛି । ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ କଳ୍ପନା ଶକ୍ତିର ବିକାଶ, ସାମାଜିକ ଦକ୍ଷତାରେ ଉନ୍ନତି, ଚାରିପଟରେ ଉପଲବ୍ଧ ସାମଗ୍ରୀରୁ ସ୍ୱଳ୍ପମୂଲ୍ୟର ଶିକ୍ଷଣୀୟ ଉପକରଣ ପ୍ରସ୍ତୁତି, ପାରମ୍ପରିକ ଖେଳନା ତିଆରି ଏବଂ ବ୍ୟବହାରରେ ବିଶେଷ ଉପଯୋଗୀ ବ୍ୟସ୍ତ ହୋଇପାରିଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories