www.samajalive.in
Thursday, December 11, 2025
15.1 C
Bhubaneswar

ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ’ରାଜନନ୍ଦିନୀ’ ଉନ୍ମୋଚିତ

ଭୁବନେଶ୍ବର: ସୁଲେଖିକା, ସଂପାଦିକା ଓ ସଂଗଠିକା ସଂଯୁକ୍ତା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ’ରାଜନନ୍ଦିନୀ’ ଉନ୍ମୋଚିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅନୁବାଦିକା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡ. ଶକୁନ୍ତଳା ବଳିଆରସିଂହ ଏବଂ କବି, ଗୀତିକାର, ସ୍ତମ୍ଭକାର, ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ରଂଜନ କୁମାର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ଉପନ୍ୟାସରେ ମହାଭାରତର ’ଦ୍ରୌପଦୀ’ ଚରିତ୍ରକୁ ପୁନର୍ବିନ୍ୟାସ କରି ବର୍ତ୍ତମାନ ସମୟରେ ନାରୀର ପୀଡ଼ା ଓ ପୁଲକକୁ ପ୍ରତିପାଦିକ କରିଛନ୍ତି ଲେଖିକା ଶ୍ରୀମତୀ ମହାପାତ୍ର।

ପ୍ରତିଟି ବାପା ପାଇଁ ସେମାନଙ୍କର ଝିଅ ଜଣେ ଜଣେ ରାଜନନ୍ଦିନୀ ବୋଲି କହିଥିଲେ ରଂଜନ କୁମାର ଦାସ। ଆଜି ବି ରାଜନନ୍ଦିନୀମାନେ ଅବହେଳା, ନିର୍ୟାତନା ଓ ଶୋଷଣର ଶିକାର। ଆଜି ବି ଦ୍ରୌପଦୀମାନେ ନିରନ୍ତର ବିବସ୍ତ୍ର ହୋଇଚାଲିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ। ବେବିନାର ବ୍ୟଥା ଠାରୁ ହଥରସ୍‌ରେ ହତ୍ୟାକାଣ୍ଡ ପର୍ୟ୍ୟନ୍ତ ସବୁଠି ଆଜି ରାଜନନ୍ଦିନୀ ନ୍ୟାୟ ଅପେକ୍ଷାରେ ବୋଲି ସେ ମତ ଦେଇଥିଲେ। ଏ ପୁସ୍ତକ ମାଧ୍ୟମରେ ଲେଖିକା କେବଳ ପୁରାଣ ଚରିତ୍ର ଓ କାହାଣୀକୁ ଭିନ୍ନ ବାଗରେ ଥୋଇଛନ୍ତି, ତାହା ନୁହେଁ। ବରଂ ସେ ଦ୍ରୌପଦୀ ଚରିତ୍ର ମାଧ୍ୟମରେ ଆମ ଜୀବନ ଓ ସମାଜର ବହୁ ଦାର୍ଶନିକ ତତ୍ତ୍ବକୁ ପରିବେଷଣ କରିଛନ୍ତି ବୋଲି ଉପନ୍ୟାସରୁ ଉଦ୍ଧୃତି ଦେଇ ଶ୍ରୀ ଦାସ କହିଥିଲେ।

- Advertisement -

ରାମାୟଣ ଓ ମହାଭାରତ ସବୁ କାଳରେ ଆମକୁ ପ୍ରଭାବିତ କରି ରଖିଛି ଓ ସେଥିରେ ଥିବା ଚରିତ୍ରମାନେ ଏବେ ବି ପ୍ରାସଙ୍ଗିକ ବୋଲି କହିଥିଲେ ଶକୁନ୍ତଳା ବଳିଆରସିଂହ। ବିଭିନ୍ନ ଭାଷାରେ ଶହ ଶହ ବର୍ଷ ଧରି ମହାଭାରତ ଓ ରାମାୟଣ ତଥା ସେଥିରେ ଥିବା ଚରିତ୍ରମାନଙ୍କୁ ନେଇ ବାରମ୍ବାର ପୁସ୍ତକ ରଚିତ ହୋଇଛି। ତେବେ ଲେଖକଟିଏ ନିଜ କାଳର କଥା ଲେଖିବା ବେଳେ ଭବିଷ୍ୟତ ପାଇଁ କିଛି ବାର୍ତ୍ତା ଦିଏ, ଚେତାବନୀ ବି ଦିଏ। ଏ ଉପନ୍ୟାସରେ କେବଳ ଦ୍ରୌପଦୀ ଚରିତ୍ର ମାଧ୍ୟମରେ ନାରୀର ତ୍ୟାଗ ଆଉ ପୀଡ଼ା କଥା କହାଯାଇନାହିଁ। ବରଂ ଲେଖିକା ଏଠାରେ ଚେତାଇ ଦେଇଛନ୍ତି ଯେ ତମେ ଯଦି ନାରୀକୁ ଅପମାନିତ କରିବ ତେବେ ତୁମର ଧ୍ବଂସ ଅବଶ୍ୟମ୍ଭାବୀ। ଉପନ୍ୟାସର ଶୈଳୀ ଓ ବର୍ଣ୍ଣନା ଚାତୁରୀ ବେଶ୍‌ ନିଆରା ବୋଲି ସେ ମତ ଦେଇଥିଲେ।

ନିଜ ଜୀବନର ଗୋଟିଏ ବ୍ୟକ୍ତିଗତ ଅପମାନ ଓ ପୀଡ଼ା ଦ୍ବାରା ପ୍ରେରିତ ହୋଇ ସେ କିଭଳି ଏ ଉପନ୍ୟାସ ରଚନା କରିଥିଲେ ତାହା ନିଜର ଲେଖକୀୟ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ ସଂଯୁକ୍ତା ମହାପାତ୍ର। କଥାକାର, ସାମ୍ବାଦିକ ତଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଉତ୍ସବ ପରିଚାଳନା କରିଥିଲେ। କରୋନା ମହାମାରୀ ଜନିତ କଟକଣାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେଏ ସଭାର ଆୟୋଜନ କରାଯାଇଥିଲା ଓ ସାମାଜିକ ଗଣମାଧ୍ୟମରେ ଏହାର ପ୍ରସାରିତ ହୋଇଥିଲା। ପୁସ୍ତକଟି ପାଠକଙ୍କ ପାଇଁ ଆମାଜନ୍‌ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories