‘ସମସ୍ତଙ୍କ ପାଇଁ ଆବାସ’ ଯୋଜନା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ବିଶ୍ୱ ବସତି ଦିବସ’ ଅବସରରେ କହିଛନ୍ତି ଯେ ସ୍ୱଳ୍ପ ଆୟକାରୀ ବର୍ଗ ଓ ସମ୍ବେଦନଶୀଳ ଜନସାଧାରଣଙ୍କୁ ସୁରକ୍ଷିତ ଓ ଶସ୍ତା ଘର ସୁନିଶ୍ଚିତ କରିବାରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି । ସେ ପୁଣି କହିଛନ୍ତି ଯେ ସମନ୍ୱିତ ବିକାଶ ପାଇଁ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଥିବା ‘ସମସ୍ତଙ୍କ ପାଇଁ ଆବାସ’ ଯୋଜନା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments are closed.