www.samajalive.in
Wednesday, December 10, 2025
18.1 C
Bhubaneswar

କ୍ଷମତା ଜବରଦଖଲ କରା ନ ଯାଉ : ନରସିଂହ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ସଂଶୋଧନ ବିଲ-୨୦୨୦କୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ବି ଗୃହରେ ଝଡ଼ ସୃଷ୍ଟିି କରିଥିଲେ। ସରକାର ତରବରିଆ ଭାବେ ଏହି ବିଲ୍‍ ପାରିତ କରି କ’ଣ ବିଶ୍ୱବିଦ୍ୟାଳୟକୁ ପ୍ରାଥମିକ ବିଦ୍ୟାଳୟ ସହିତ ସମକକ୍ଷ କରିବାକୁ ବସିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ବିଶ୍ୱବିଦ୍ୟାଳୟର କ୍ଷମତାକୁ ସରକାର ନିଜ ଅକ୍ତିଆରକୁ ନେବାକୁ ଚାହୁଁଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଯେଉଁ ପରିସ୍ଥିତି ହେବ ତାହାକୁ ସମ୍ଭାଳି ପାରିବେ ତ ? ପୂର୍ବରୁ ଚାରି ଚାରି ଟା ବିଲ୍‍ ଏହିଭଳି ଭାବେ ପାରିତ ହୋଇ ଆଇନର କାଠଗଡାରେ ପଡ଼ି ରହିଛି। ସେଥିମଧ୍ୟରେ ଖଣି ନିୟମ ସଂଶୋଧନ କରି ସରକାର ରାଜ୍ୟକୁ ପ୍ରତିବର୍ଷ ୨୦ହଜାରୁ ଊର୍ଦ୍ଧ୍ବ କୋର୍ଟ ଟଙ୍କା କ୍ଷତି ପହଞ୍ଚାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ବିଲ୍‍ ହେଉଛିି ଏକ ଉଚ୍ଚଶିକ୍ଷା ଓ ଗବେଷଣାର ବିଷୟବସ୍ତୁ। ଏଥିପାଇଁ ସରକାର ପର୍ଯ୍ୟାପ୍ତ ସମୟ ନେଇ ଅଧିକ ଚିନ୍ତନ କରି ବିଲ୍‍ ସଂଶୋଧନ କରିବାର ଆବଶ୍ୟକତା ରହିଛି। ୨୦୧୫ରୁ ବିଲ୍‍ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରି ୨୦୧୬ ଜୁଲାଇ ପରେ ଚୁପ୍‍ ବସିଲେ। ଏବେ କାହିଁକି ପୁଣିଥରେ କୋଭିଡ଼ ମହାମାରୀ ଭଳି ବିପର୍ଯ୍ୟୟ ବେଳେ ବିଲ୍‍ ପାରିତ କରିବାକୁ ବସିଛନ୍ତି ତାହା ବୁଝାପଡୁନାହିଁ। ହଁ ସଂଖ୍ୟା ଗରିଷ୍ଠତା ଭିତିରେ ସରକାର ବିଲ୍‍ ପାରିତ କରିଦେଇ ପାରନ୍ତି, ମାତ୍ର ପରବର୍ତୀ ପରିସ୍ଥିତି କ’ଣ ହେବ ବୁଝିବେ ବୋଲି ଶ୍ରୀ ମିଶ୍ର ଚେତେଇ ଦେଇଥିଲେ। ଶ୍ରୀ ମିଶ୍ରଙ୍କ ଏହି ଆଲୋଚନା ଏତେ ଦୀର୍ଘଥିଲା ଯେ ପୂର୍ବଦିନ ଭଳି ଆଜି ମଧ୍ୟ ବିଧାନସଭାର ନିର୍ଦିଷ୍ଟ ସମୟ ଶେଷ ହୋଇଯାଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ବିଲକୁ ପୁନର୍ବାର ଅସମାପ୍ତ ଘୋଷଣା କରିଥିଲେ। ଆଜି ବିଧାନସଭାରେ ବିଶ୍ୱବିଦ୍ୟାଳୟ ବିଲ୍‍ ସମ୍ପର୍କରେ ବାଚସ୍ପତି ଡାକିବା କ୍ଷଣି ଶ୍ରୀ ମିଶ୍ର କହିଥିଲେ ଯେ ଏହି ବିଲ୍‍ ଏବେ ଆଣିବା କ’ଣ ଜରୁରୀ ନ ଥିଲା। ବିଲ୍‍ ନଆସିଥିଲେ ଏମିତି କ’ଣ ଆକାଶ ଛିଣ୍ଡି ପଡୁଥିଲା କି ? ସରକାର ୩୧ ଅଗଷ୍ଟରେ କ୍ୟାବିନେଟରେ ଆଣିଥିଲେ। ସେପ୍ଟେମ୍ବର ୩ରେ ରାଜ୍ୟପାଳ ଅନୁମୋଦନ କଲେ। ସରକାର ଜାଣିଥିଲେ ଯେ ବିଧାନସଭା ନିଶ୍ଚିତ ଭାବେ ସେପ୍ଟେମ୍ବରରେ ବସିବ। ତେବେ କ’ଣ ପାଇଁ ରାତାରାତି ଅଧ୍ୟାଦେଶ ଆଣିଲେ ତାହା ବୁଝାପଡୁନାହିଁ। ସେ କହିଥିଲେ ଯେ ଏହି ବିଲର ମୂଳ ଫାଇଲରୁ କାଗଜପତ୍ର ଚୋରି ହୋଇଛି। ଏହାସହିତ ପୂର୍ବତନ ଆଇନ ସଚିବ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ଏମିତିକି ସେ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ଯେ ଏହା ଅସାମ୍ବିଧାନିକ। ଏତେସବୁ କଥା ପରେ ସରକାର ଏକ ଜିଦ ନେଇ ଉକ୍ତ ବିଲକୁ ପାରିତ କରିବାକୁ ବସିଛନ୍ତି। ଶ୍ରୀ ମିଶ୍ର କହିଲେ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ବିଲ୍‍ ଆଲୋଚନା ବେଳେ କହିଥିଲେ ଯେ ୱେବିନାରୀ ବୈଠକ ପରେ କୁଆଡେ ୯୦ ପ୍ରତିଶତ ଶିକ୍ଷାବିତ୍‍ ବିଲ୍‍ ସମ୍ପର୍କରେ ବୁଝି ଯାଇଛନ୍ତି। ଏହାଏକ ଉପଯୋଗୀ ବିଲ୍‍ ବୋଲି କହିଛନ୍ତି। ତେବେ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁର ପ୍ରଫେସର ଅଜିତ ମହାନ୍ତି ଓ ବୀରେନ୍ଦ୍ର ନାୟକଙ୍କ ଆଟିକିଲ କ’ ପାଇଁ। ଏହାବାଦ୍‍ ପ୍ରଫେସର ମଧୁସୁଦନ ପତି ଓ ତ୍ରିଲୋଚନ ପ୍ରଧାନ ଯେଉଁ ପତ୍ର ଲେଖି ଜଣାଇଛନ୍ତି ଏସବୁର ଅର୍ଥ କ’ଣ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସରକାର ଯଦି ସିନେଟ ଉଠାଇବାପାଇଁ ଚାହୁଁଛନ୍ତି ତେବେ ଉଠାନ୍ତୁ ଏଥିରେ ମୋର ଆପତି ନାହିଁ। ମାତ୍ର ବିଶ୍ୱବିଦ୍ୟାଳୟ ଆଇନକୁ ସଂଶୋଧନ କରି କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ ନକରନ୍ତୁ ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories