ଜଲାଲାବାଦ : ଆଫଗାନିସ୍ତାନର ପୂର୍ବାଞ୍ଚଳ ନାଙ୍ଗାହାର ପ୍ରଦେଶରେ ଏକ କାର୍ବୋମା ବିସ୍ଫୋରଣରେ ୧୫ଜଣଙ୍କର ମୃତ୍ୟୁ ହେବା ସହ ୩୦ଜଣ ଆହତ ହୋଇଛନ୍ତି। ଘାନିଖେଲ ଜିଲାରେ ଥିବା ଏକ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ଶନିବାର ଏହି ବିସ୍ଫୋରଣ ହୋଇଥିବା ସରକାରୀ ମୁଖପାତ୍ର କହିଛନ୍ତି। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନଥିବାବେଳେ ଉଭୟ ତାଲିବାନ ଓ ଇସଲାମିକ ଷ୍ଟେଟ ଏହି ଅଞ୍ଚଳରେ ସକ୍ରିୟ ରହିଛନ୍ତି।
Popular Categories



