www.samajalive.in
Monday, December 8, 2025
24.1 C
Bhubaneswar

ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌; ରୟାଲକୁ ଭେଟିବ ରୟାଲ୍‌ସ, ଡିସି- କେକେଆର୍‌ ଲଢ଼େଇ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଆବୁଧାବିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ରାଜସ୍ଥାନ ରୟାଲ୍‌ସକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ସାରଜାରେ ଦିଲ୍ଲୀ କ୍ୟାପିଟାଲ୍‌ସ – କଲକାତା ନାଇଟ୍‌ ରାଇଡସ୍‌ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଭାରତୀୟ ସମୟ ଅପରାହ୍ଣ ୩ଟା୩୦ରୁ ଓ ଦ୍ବିତୀୟ ମ୍ୟାଚ ରାତି ୭ଟା୩୦ରୁ ଖେଳାଯିବ।
ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇଛି। ଅଧିନାୟକ ବିରାଟ କୋହଲି ଫର୍ମରେ ନଥିବାବେଳେ ଏ.ବି. ଡିଭିଲିୟର୍ସ ଓ ଦେବଦତ୍ତ ପାଡିକଲ ଚମତ୍କାର ବ୍ୟାଟିଂ କରୁଛନ୍ତି। ବୋଲିଂରେ ଯୁଜୁବେନ୍ଦ୍ର ଚହଲଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବୋଲର ବିଶେଷ ସଫଳ ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ସମାନ ସଂଖ୍ୟକ ମ୍ୟାଚ ଖେଳି ଦୁଇଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ଷ୍ଟିଭ୍‌ ସ୍ମିଥ୍‌, ସଞ୍ଜୁ ସାମସନ ଚମତ୍କାର ଫର୍ମରେ ରହିଛନ୍ତି। ବୋଲିଂରେ ଜେଫ୍ରା ଆର୍ଚର, ଜୟଦେବ ଉନାଦକତ୍‌ ଭଲ ପ୍ରଦର୍ଶନ କରୁଥିବାବେଳେ ସ୍ପିନ ବିଭାଗରେ ରାହୁଲ ତିୱାତିଆ ରହିଛନ୍ତି। ଦଳ କଲକାତା ବିପକ୍ଷ ମ୍ୟାଚର ବ୍ୟାଟିଂ ବିଫଳତାକୁ ଭୁଲି ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ବିଜୟ ନେଇ ଉଦ୍ୟମ କରିବ। ଅନ୍ୟ ଏକ ମ୍ୟାଚରେ ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କୋଲକାତା ନାଇଟ୍‌ ରାଇଡର୍ସ- ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସକୁ ଭେଟିବ। କୋଲକାତା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ଶୁଭମାନ ଗିଲ୍‌, ଇୟାନ ମୋର୍ଗାନ, ଆଣ୍ଡ୍ୟୁ ରସେଲ, ପ୍ୟାଟ୍‌ କମିନ୍‌ସଙ୍କ ଭଳି ଖେଳାଳି ରହିଛନ୍ତି। ବୋଲିଂରେ ନାଗରକୋଟି ଓ ଶୁଭମ ମାଭି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍‌ସ ୩ଟି ମ୍ୟାଚରୁ ଗୋଟିଏ ପରାଜୟ ଓ ୨ଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି। ଦଳ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ପରାଜୟ ବରଣ କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories