www.samajalive.in
Sunday, December 7, 2025
16.1 C
Bhubaneswar

କାର ସହ ୧୪୨ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ପୁଲିସ ହାତରେ ଧରାପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ। ସେମାନଙ୍କ ଦ୍ୱାରା ବ୍ୟବହୃତ କାରରୁ ୧୪୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।
କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସଡିପିଓଙ୍କ ନିର୍ଦେଶରେ ପାପଡାହାଣ୍ଡି ଥାନା ଅଧିକାରୀ ସୁବେନ୍ଧୁ ଶବରଙ୍କ ତତ୍ବାବଧାନରେ ଏକ ଟିମ୍‍ ମଇଦଲପୁର ଫାଣ୍ଡି ଅନ୍ତର୍ଗତ ସେମଳା ଗ୍ରାମ ନିକଟରେ ଜଗି ରହିଥିଲେ। କୋଷଗୁମୁଡ଼ା ଆଡୁ ଏକ ଟାଟା ମଞ୍ଜା କାର୍‍ ଦ୍ରୁତ ଗତିରେ କଳାହାଣ୍ଡି ଆଡକୁ ଯାଉଥିବା ବେଳେ ପୁଲିସକୁ ଦେଖି ରାସ୍ତା ବଦଳାଇ ଅନ୍ୟ ରାସ୍ତା ରେ ଚାଲିଯାଉଥିଲା। ତେବେ ପୁଲିସ ଗାଡିକୁ ଅଟକାଇ କାରରେ ଥିବା କୋରାପୁଟ ଅଂଚଳର ୨ ଜଣ ଯୁବକ ମଙ୍ଗରାଜ ଖରା ଏବଂ ରଞ୍ଜନ ହିଆଲରିଯୁଷକୁ କାବୁ କରି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ଆଜି ପାପଡାହାଣ୍ଡି ଅତିରିକ୍ତ ତହସିଲଦାର,ମଧୁସୂଦନ ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି କରିବାରୁ ତାହା ୧୪୨ କେଜି ବୋଲି ଜଣାପଡ଼ିଛି। ୨ ଅଭିଯୁକ୍ତଙ୍କୁ କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories