www.samajalive.in
Thursday, December 11, 2025
13.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ ପୁଲିସର ଦୁର୍ବ୍ୟବହାର ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ ସହ ସମାନ : ସଞ୍ଜୟ ରାଉତ

ମୁମ୍ବଇ : ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ଘଟଣାକୁ ସମାଲୋଚନା କରିଛନ୍ତି ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ପୁଲିସର ଯେଉଁଭଳି ଦୁର୍ବ୍ୟବହାର କରିଛି ତାକୁ ଦେଶରେ କେହି ବି ସମର୍ଥନ କରିବେନାହିଁ । ରାହୁଲ ଗାନ୍ଧୀଙ୍କ କଲରକୁ ଯେପରି ପୁଲିସ ଧରିଲା ଏବଂ ତାଙ୍କ ତଳେ ପକାଇଦେଲା ଏହା ଦେଶର ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ ସହ ସମାନ ।


ଶିବସେନା ରାଜ୍ୟସଭା ସାଂସଦ ରାଉତ କହିଛନ୍ତି, ‘ରାହୁଲ ଗାନ୍ଧୀ ଜଣେ ଜାତୀୟ ନେତା । ଆମର କଂଗ୍ରେସ ସହିତ ମତଭେଦ ହୋଇପାରେ କିନ୍ତୁ ଜଣେ ଜାତୀୟ ନେତାଙ୍କ ସହ ପୁଲିସର ଏପରି ବ୍ୟବହାରକୁ କେହି ସମର୍ଥନ କରିପାରିବେ ନାହିଁ। ଦେଶର ଗୋଟିଏ ସର୍ବପୁରାତନ ଦଳର ନେତାଙ୍କ କଲର ଧରି ପୁଲିସ ତାଙ୍କୁ ତଳେ ପକାଇଦେବା କେବେବି ଗ୍ରହଣୀୟ ନୁହେଁ । ଦେଶର ଏକ ରାଜନୈତିକ ଦଳର ଶୀର୍ଷ ନେତାଙ୍କ ସହ ଏଭଳି ବ୍ୟବହାର ଗଣତନ୍ତ୍ର ସହ ଦୁଷ୍କର୍ମ ସହ ସମାନ । ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ସେ ଆହୁରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁତ୍ର । ଉଭୟ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଏ କଥାକୁ ଆମେ ଭୁଲିଯିବା ଉଚିତ୍ ନୁହେଁ ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories