www.samajalive.in
Wednesday, December 10, 2025
26.1 C
Bhubaneswar

ଘାତକ ମାସ:କେବଳ ସେପ୍ଟେମ୍ବରରେ ​‌ ମୋଟ ସଂକ୍ରମଣର ୪୧.୫୩% ଓ ମୃତ୍ୟୁର ୩୩.୮୪%

ଦେଶର ମୋଟ କରୋନା ମାମଲା ମଧ୍ୟରୁ ୪୧.୫୩ ପ୍ରତିଶତ କେବଳ ସେପ୍ଟେମ୍ବରରେ ବାହାରିଛି। ଗତ ମାସରେ ଦେଶରେ ୨୬୨୧୪୧୮ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୩୩୩୯୦ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି, ଯାହା ଏହି ମହାମାରୀ ହେତୁ ମୋଟ ମୃତ୍ୟୁର ପ୍ରାୟ ୩୩.୮୪ପ୍ରତିଶତ । ଅନ୍ୟପକ୍ଷରେ ସେପ୍ଟେମ୍ବରରେ ୨୪୩୩୩୧୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  ଗୁରୁବାର ସକାଳ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ୨୪ ଘଣ୍ଟା ମଧ୍ୟରେ ୮୬୮୨୧ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ  ୧୧୮୧ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୮୫୩୭୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ କରୋନା ମାମଲା ୬୩୧୨୫୮୪କୁ ଓ ମୃତ୍ୟୁ ସଂଖ୍ୟା ୯୮୬୭୮କୁ ବୃଦ୍ଧି ପାଇଛି ।  ସୁସ୍ଥ ହାର ୮୩.୫୩% ଓ ମୃତ୍ୟୁହାର ୧.୫୬%ରେ ପହଞ୍ଚିଛି । ଆଇସିଏମଆର ଅନୁଯାୟୀ, ସାରା ଦେଶରେ ୭.୫୬ କୋଟିରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ଗତ ବୁଧବାର ଦିନ ୧୪.୨୩ ଲକ୍ଷ ପରୀକ୍ଷା କରାଯାଇଥିଲା।

ଅନୁରୂପ ଭାବରେ  ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟି (ଜେଏଚୟୁ) ଅନୁଯାୟୀ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସୁସ୍ଥ ହେବାରେ ଭାରତ ପ୍ରଥମ ସ୍ଥାନରେ ରହିଛି। କରୋନା ରୋଗୀଙ୍କ ସମ୍ପର୍କ ଖୋଜିବା ପାଇଁ ଏହି ’ସୁପର ସ୍ପ୍ରେଡର୍’ ଶ୍ରେଣୀ ସର୍ବ ବୃହତ ଅନୁସନ୍ଧାନରେ ମିଳିଛି | ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ କରୋନା ସଂକ୍ରମଣ ବିସ୍ତାର କରିବାରେ ପିଲାମାନଙ୍କର ପ୍ରମୁଖ ଭୂମିକା ରହିଛି। କରୋନା ଉପରେ ହୋଇଥିବା ସର୍ବ ବୃହତ ବିଶ୍ଳେଷଣରୁ ଜଣାପଡିଛି ଯେ ଦେଶର୭୦% ରୁ ଅଧିକ ସଂକ୍ରମିତ ଲୋକ କାହା ସହ ସଂସ୍ପର୍ଶରେ ଆସି ନାହାଁନ୍ତି। ସଂକ୍ରମିତମାନଙ୍କ ମଧ୍ୟରୁ୦%  ନୂତନ ସଂକ୍ରମଣ ପାଇଁ ଦାୟୀ। ବିକଶିତ ଦେଶ ତୁଳନାରେ ଭାରତରେ ୪୦ ରୁ ୬୯ ବର୍ଷ ବୟସ ବର୍ଗରେ ଅଧିକ ସଂକ୍ରମଣ ହୋଇଥିଲା। ମୃତମାନଙ୍କ ମଧ୍ୟରେ ସମାନ ବୟସ ବର୍ଗର ଅଧିକ ଲୋକ ମଧ୍ୟ ଅଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories