www.samajalive.in
Wednesday, December 10, 2025
26.1 C
Bhubaneswar

ଭୋଜନ ଆରମ୍ଭରେ ଚଟପଟା ଓ ଶେଷରେ ମିଠା ଖାଇବା ଲାଭଦାୟକ

ପ୍ରାଚୀନ କାଳରୁ ହିଁ ଲୋକେ ଖାଦ୍ୟ ଖାଇବା ପରେ ଯେକୌଣସି ମିଠା ନିଶ୍ଚୟ ଖାଇଥାଆନ୍ତି। ହିନ୍ଦୁ ଶାସ୍ତ୍ର ଓ ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ମିଠା ଖାଇବା ସହ ଜଡ଼ିତ କିଛି କଥା ଓ ଭୋଜନର ଆରମ୍ଭରୁ ସର୍ବଦା ରାଗୁଆ କିମ୍ବା ଚଟପଟା ଖାଦ୍ୟରୁ ହିଁ ଆରମ୍ଭ କରିବା ଆବଶ୍ୟକ। ଏହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହାର କାରଣ ଓ ଲାଭ ବିଷୟରେ….
ମସଲାଯୁକ୍ତ (ରାଗୁଆ) ଓ ଚଟପଟା –
ଖାଦ୍ୟ ଖାଇବାର ଆରମ୍ଭରେ ମସଲାଯୁକ୍ତ କିମ୍ବା ଚଟପଟା ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ରହିଥାଏ।
– ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ପାଚକ ରସ ଓ ଏସିଡ଼ କ୍ଷରଣ ହୋଇଥାଏ। ଯାହା ପାଚନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ, ପାଚନ ତନ୍ତ୍ରକୁ ସଠିକ ଭାବେ କାର୍ଯ୍ୟ କରିବାକୁ ସହାୟକ ହୋଇଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ପାଚନ ତନ୍ତ୍ରରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ।
– ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ସଠିକ ସମୟରେ ଭୋକ ହୋଇଥାଏ। କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ମିଠା ଜାତୀୟ ଖାଦ୍ୟ –
ମିଠା ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ପାଚନ କ୍ରିୟାକୁ ଧୀର କରିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ।
– ମିଠା ଖାଇବା ପରେ ମେରୋଟେନିନ ନାମକ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ମିଠା ଖାଇବା ପରେ ଆପଣଙ୍କୁ ଖୁସିର ଅନୁଭବ ହୋଥାଏ।
– ଯେଉଁ ସମୟରେ ଆପଣ ଅଧିକ ମାତ୍ରାରେ ଖାଦ୍ୟ ଖାଇ ଦେଇଥାଆନ୍ତି , ଅନେକ ସମୟରେ ବ୍ୟସ୍ତ ଭଳି ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ପେଟରେ ଜଳାପୋଡା କମ ହୋଇଥାଏ, ଏସିଡିଟି ମଧ୍ୟ ହୋଇନଥାଏ।

 

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories