www.samajalive.in
Thursday, December 11, 2025
13.1 C
Bhubaneswar

ରୋହିତଙ୍କ ଟାର୍ଗେଟରେ ରାହୁଲ-ମୟଙ୍କ ଯୋଡ଼ି

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୧୩ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଆବୁଧାବିରେ ଖେଳାଯିବ। ଉଭୟ ଦଳ ଚତୁର୍ଥ ମ୍ୟାଚ ଖେଳିବେ। ପ୍ରଥମ ୩ଟି ମ୍ୟାଚରୁ ଉଭୟ ଦଳ ୨ ପଏଣ୍ଟ ଲେଖାଏଁ ହାସଲ କରିଥିବାବେଳେ ଚତୁର୍ଥ ମ୍ୟାଚ ବିଜୟ ନେଇ ଉଦ୍ୟମ କରିବେ।
ହିଟ୍‌ମ୍ୟାନ ଭାବେ ପରିଚିତ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍ସ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଦଳ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ୨ଟି ପରାଜୟ ସହ ୨ ପଏଣ୍ଟ ପାଇଛି। ଦଳ ଚେନ୍ନଇ ସୁପରକିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିବାବେଳେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ରୋହିତ ୩ଟି ମ୍ୟାଚରୁ ୧୦୦ରନ, କ୍ବାଣ୍ଟେନ ଡିକକ୍‌ ୪୮ରନ, ସୂର୍ୟ୍ୟକୁମାର ଯାଦବ ୬୪ରନ, ହାର୍ଦିକ ପାଣ୍ଡ୍ୟା ୪୭, କିରନ ପୋଲାର୍ଡ ୯୧ରନ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଆହତ ସୌରଭ ତିୱାରୀଙ୍କ ସ୍ଥାନରେ ଖେଳିଥିବା ଇଶାନ କିଷାନ ଚମତ୍କାର ୯୯ରନ କରି ନିଜ ସ୍ଥାନକୁ ବଜାୟ ରଖିବାରେ ସକ୍ଷମ ହେବେ। ଇଶାନଙ୍କ ଉକ୍ତ ଇନିଂସ ଦଳକୁ ଅଧିକ ଶକ୍ତିଶାଳୀ କରିଥିବାବେଳେ ହାର୍ଦିକଙ୍କ ଫର୍ମ ଚିନ୍ତା ଘାରିଛି। ଟ୍ରେଣ୍ଟ ବୋଲ୍ଟ, ଯଶପ୍ରିତ୍‌ ବୁମ୍‌ରା, ପ୍ୟାଟିନ୍‌ସନଙ୍କ ଭଳି ଫାଷ୍ଟ ବୋଲର ରହିଛନ୍ତି। ବୁମ୍‌ରା ୩ଟି, ବୋଲ୍ଟ ୫ଟି, ପ୍ୟାଟିନସ୍‌ନ ୩ଟି ୱିକେଟ ନେଇଥିବାବେଳେ ସ୍ପିନ ବିଭାଗରେ ରାହୁଲ ଚହର ଓ କ୍ରୁନାଲ ପାଣ୍ଡ୍ୟା ସେଭଳି ସଫଳତା ହାସଲ କରିପାରିନାହାନ୍ତି। ଦଳ ୩ଟି ମ୍ୟାଚରୁ ଦୁଇଟି ପରାଜୟ ବରଣ କରିଥିବାରୁ କିଙ୍ଗ୍‌ସ ଏକାଦଶ ବିପକ୍ଷରେ ବିଜୟ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ କିଙ୍ଗସ୍‌ ଏକାଦଶ ପଞ୍ଜାବ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ମାତ୍ର ୨ ପଏଣ୍ଟ ହାସଲ କରିଛି। ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରାଜସ୍ଥାନ ରୟାଲସ୍ ନିକଟରୁ ପରାଜିତ ହୋଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ରାହୁଲ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୨୨ରନ, ମୟଙ୍କ ଅଗ୍ରୱାଲ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୨୧ରନ କରିଛନ୍ତି। ଦୁଇ ଓପନରଙ୍କୁ ବାଦ୍‌ ଦେଲେ ଅନ୍ୟ ଖେଳାଳିମାନେ ସେଭଳି ଫର୍ମରେ ନାହାନ୍ତି। ନିକୋଲାସ ପୁରଣ ୪୨ରନ, ଗ୍ଲେନ ମ୍ୟାକ୍ସୱେଲ ୩ଟି ମ୍ୟାଚରୁ ୧୯ରନ କରିଛନ୍ତି। ବୋଲିଂରେ ସେଲଡନ୍‌ କଟ୍ରେଲ ଓ ମହମ୍ମଦ ସାମି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସ୍ପିନ ବିଭାଗରେ ମୁରୁଗାପ୍ପା ଅଶ୍ବିନ, ରବି ବିଷ୍ଣୋୟୀ ରହିଛନ୍ତି। ମ୍ୟାକ୍ସୱେଲଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି। କିଙ୍ଗସ୍‌ ଏକାଦଶ ଦୁଇଥର ୨୦୦ରନ ଅତିକ୍ରମ କରିଥିବାରୁ ମୁମ୍ବଇ ଇଣ୍ଡିଆନ୍ସକୁ କଡା ଟକ୍କର ଦେବାର ସମ୍ଭାବନା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories