www.samajalive.in
Monday, December 8, 2025
24.1 C
Bhubaneswar

୨୮ ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ମାମଲାର ରାୟ, ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶ

ନୂଆଦିଲ୍ଲୀ : ୨୮ ବର୍ଷ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ୍ ମାମଲାର ଶୁଣାଣି ବୁଧବାର ସିବିଆଇର ସ୍ୱତନ୍ତ୍ର କୋର୍ଟ କରିଛନ୍ତି। ମସଜିଦ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନ ନ ଥିଲା ବୋଲି ବିଚାରପତି ଏସ.କେ ଯାଦବ କହିଛନ୍ତି। ଏହି ମାମଲାରେ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ସିବିଆଇ ସ୍ପେଶାଲ କୋର୍ଟ ଦୋଷ ମୁକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇବାକୁ କହିଥିଲେ। ଏ ନେଇ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲି ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏହି ଶୁଣାଣିରେ ଉପସ୍ଥିତ ରହିଥିଲେ। ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା ।

- Advertisement -

୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

 

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories