www.samajalive.in
Monday, December 8, 2025
13.1 C
Bhubaneswar

ବାଉଁଶୁଳି ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା, କାର୍ଯ୍ୟାଳୟ ତାଲା ଭାଙ୍ଗି କାଗଜ ପତ୍ର ଜବତ କଲେ ବିଡିଓ

ପାଟଣା: ପାଟଣା ବ୍ଲକ୍ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା ଚର୍ଚ୍ଚା ହେଉଛି । ଲକ୍ଷ ଲକ୍ଷ ଟଙ୍କାର ହେର ଫେର୍ ହୋଇଥିବା ଚର୍ଚ୍ଚା ମଧ୍ୟରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଜେନା ପାଖା ପାଖି ୧୦ ଦିନ ହେଲା ଅଫିସ୍ ତାଲା ମାରି ଚାଲିଯାଇଥିବାରୁ ଆଜି ବ୍ଲକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତ କାର୍ୟ୍ୟାଳୟରେ ଚଢ଼ାଉ କରାଯାଇ ଉନ୍ନୟନ କାର୍ୟ୍ୟ ସମ୍ବନ୍ଧୀୟ ସମସ୍ତ ରେକର୍ଡ ପତ୍ର ଜବତ କରାଯାଇଛି। ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିବା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ସହ ଏବିଡିଓ ପ୍ରଫୁଲ୍ଲ କୁମାର ନାୟକ, ଜିପିଓ ରଶ୍ମି ରେଖା ମହାନ୍ତି ପ୍ରମୁଖ ତୁରୁମୁଙ୍ଗା ପୁଲିସ ସହ ବାଉଁଶୁଳି ପଞ୍ଚାୟତକୁ ଯାଇ ପଞ୍ଚାୟତ କାର୍ୟ୍ୟାଳୟର ତାଲା ଭାଙ୍ଗି ଆଜି ସମସ୍ତ ରେକର୍ଡ ପତ୍ର ଜବତ କରି ବ୍ଲକ୍ କାର୍ୟ୍ୟାଳୟକୁ ନେଇ ଆସିଛନ୍ତି। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ପିଇଓଙ୍କ କାର୍ୟ୍ୟାଳୟର ତାଲା ଭଙ୍ଗା ଯାଇ କାଗଜ ପତ୍ର ଜବତ କରାଯାଇଛି । ପାଟଣା ବ୍ଲକ୍ ଇତିହାସରେ କୌଣସି ପଞ୍ଚାୟତରୁ ଖୋଦ୍ ବିଡ଼ିଓ ରେକର୍ଡ ପତ୍ର ଜବତ କରିବା ଘଟଣା ପ୍ରଥମ ବୋଲି ଜଣାପଡିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories