www.samajalive.in
Saturday, December 6, 2025
26.1 C
Bhubaneswar

କନ୍ଧମାଳରେ ୪ କୋଭିଡ଼୍ ଯୋଦ୍ଧାଙ୍କ ସମେତ ୮୧ ନୂଆ ସଂକ୍ରମିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ମୋଟ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୮୬ ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ୩୭୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୬୧୩ ଜଣ ବର୍ତ୍ତମାନ ଜିଲାର ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ସରକାରୀ ଭାବେ ଜିଲାରେ କୋଭିଡ଼୍ ସଂକ୍ରମିତ ଯୋଗୁଁ ୨୨ ଜଣ ମୃତ୍ୟୁ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରେ ୧୧ ଜଣ ଏବଂ ଗ୍ରାମାଂଚଳରେ ଜଣେ ରହିଥିବା ବେଳେ ବାଲିଗୁଡାର ବିଜ୍ଞାପିତ ଅଂଚଳରେ ଓ ଗ୍ରାମାଂଚଳରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଘୁ.ଉଦୟଗିରିରେ ୧୩, ଚକାପାଦରେ ୧୦, ଦାରିଙ୍ଗବାଡିରେ ୬, କ.ନୁଆଗାଁରେ ୩, ଖଜୁରିପଡାରେ ୭, ଫିରିଙ୍ଗିଆ ୯, ରାଇକିଆ ୮, ଟିକାବାଲିରେ ୨ ଓ ତୁମୁଡିବନ୍ଧ ଅଂଚଳରୁ ୩ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ  ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories