www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା ସଂସ୍ପର୍ଶରେ – ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା ସଂସ୍ପର୍ଶରେ ଆସିଥିଲେ ଏବଂ ବହୁ ସଂଖ୍ୟାରେ ଲୋକ ଏହି ମହାମାରୀରେ ପୀଡିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ଏହି ସମୟରେ କରୋନା ଭାଇରସରୁ ଆରୋଗ୍ୟ ହୋଇଥିବା ସଂକ୍ରାମିତଙ୍କ ସଂଖ୍ୟା ୫୧ ଲକ୍ଷ ଅତିକ୍ରମ କରିଥିବା ମନ୍ତ୍ରାଳୟ କହିଛି।

- Advertisement -

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ଭାଇରସ୍ ଉପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ – ଆଇସିଏମ୍ଆର ଦ୍ଵିତୀୟ ସେରୋ ସର୍ଭେ ରିପୋର୍ଟ ବିଷୟରେ ସୂଚନା ଦେଇଛି। ଏ ନେଇ ଆଇସିଏମ୍ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ୧୦ ବର୍ଷରୁ ଅଧିକ ବୟସର ୧୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅଗଷ୍ଟ ସୁଦ୍ଧା କରୋନା ସଂସ୍ପର୍ଶରେ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳର ବସ୍ତି ଏବଂ ସହରାଞ୍ଚଳ ଅଣ-ବସ୍ତି ଅଞ୍ଚଳରେ କରୋନା ସଂକ୍ରମଣର ମାତ୍ରା ଅଧିକ ଥିଲା।

ଭାର୍ଗବ ଜୋର ଦେଇ କହିଛନ୍ତି ଯେ ଜନସଂଖ୍ୟାର ଏକ ବଡ଼ ଅଂଶ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇନଥିବାରୁ ୫ଟି ରଣନୀତି ପାଳନ କରାଯିବ। ସେ କହିଛନ୍ତି, ଆଗାମୀ ଦିନରେ ଶୀତ ଋତୁ ଆସୁଥିବାରୁ ଏବଂ ପର୍ବପର୍ବାଣୀରେ ଜନସମାବେଶକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ଅଧିକ ସତର୍କତାର ସହ ପଦକ୍ଷେପ ନେବା ଆବଶ୍ୟକ। ନିତି ଆୟୋଗ ସଦସ୍ୟ ଡଃ ଭି.କେ.ପଲ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଶ୍ଚିତ ଭାବେ ‘ମାସ୍କ ସହ ପର୍ବ’ ପାଳନ କରିବାକୁ ପଡିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories