www.samajalive.in
Monday, December 8, 2025
17.1 C
Bhubaneswar

ବିଦ୍ୟୁତ ଦର ବୃଦ୍ଧି ଓ ଫ୍ରାଞ୍ଚାଇଜି କର୍ମଚାରୀଙ୍କ ଛଟେଇ ବିରୋଧରେ ଯୁବ କଂଗ୍ରେସର ବିକ୍ଷୋଭ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଞ୍ଚାଇଜି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ସମସ୍ତ କୋଭିଡ୍ ନିୟମର ପାଳନ ପୂର୍ବକ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡର ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

- Advertisement -

କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ସେମାନଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି। ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଂଟା ସଳଖି ପାରିନାହାଁନ୍ତି। ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଂଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରକୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି। ଯେଉଁ ସମୟରେ ବିଦ୍ୟୁତ ବ୍ୟବହାରର ୨୨ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ୱରାନ୍ୱିତ ହେଉଛି ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ଟ. ୨.୮୦ ପଇସାରୁ ଉଦ୍ଧ୍ୱର୍ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ। ରାଜ୍ୟର ବଡ଼ ବିଭିନ୍ନ ବିତରକ କମ୍ପାନୀ ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ। ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ବିରୋଧ କରୁଛି। ଓଡିଶା ବିଜୁଳି ଉତ୍ପାଦନରେ ସ୍ୱାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ କରୁଛି। ସେହି ରାଜ୍ୟଗୁଡିକ ବିଦ୍ୟୁତ୍ ଦର ରିହାତି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା।

ଗତକାଲି ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନହୁଏ ତେବେ ଯୁବ କଂଗ୍ରେସ ଜନ ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ୍କୁ ହାତକୁ ନେବାକୁ ମଧ୍ୟ ପଛଘୁଂଚା ଦେବନାହିଁ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।
ଦ୍ୱିତୀୟତଃ ସେସୁ ଦ୍ୱାରା ଦୀର୍ଘ ୮ ବର୍ଷରୁ ଉଦ୍ଧ୍ୱର୍ ସମୟଧରି କାର୍ଯ୍ୟ କରିଥିବା ୮୬୦୦ ଫ୍ରାଂଚାଇଜ୍ କର୍ମଚାରୀମାନଙ୍କ ଛଟେଇକୁ ଯୁବ କଂଗ୍ରେସ କଡା ନିନ୍ଦା କରିବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରୁଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ, ସ୍ୱାଗତ କର, ନିହାର ରଂଜନ ବେହେରା, ସଂକୁନା କହଁର, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସ, ଆଦିତ୍ୟ ପରିଡା, ଗୌତମ ଦାସ, ବିରଂଚି ବାରିକ, ରିତୁଲ ମହାରଣା, ମୁନି ଥାପା, ଇତିସ୍ମିତା ପାତ୍ର ଏବଂ ଓପେଫାର ଆବାହକ ଶିଲାଦିତ୍ୟ ପଟ୍ଟନାୟକ, ସୁମିତ୍ ପରିଡା, ବିଶ୍ୱଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories