www.samajalive.in
Thursday, December 11, 2025
14.1 C
Bhubaneswar

ବେଦାନ୍ତ ସମ୍ପ୍ରସାରଣ ପାଇଁ ଆହୂତ ବୈଠକ ଘୁଞ୍ଚାଇବାକୁ ବିଧାୟିକା କୁସୁମ ଟେଟେଙ୍କ ଦାବି

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ ବେଦାନ୍ତ କାରଖାନା ସମ୍ପ୍ରସାରଣ ସଂକ୍ରାନ୍ତୀୟ ସାଧାରଣ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏହି ତାରିଖ ଘୁଞ୍ଚାଇବା ପାଇଁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ବୋର୍ଡର ସଦସ୍ୟ ସମ୍ପାଦକ, ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କୁ ଏହି ମର୍ମରେ ଶ୍ରୀମତୀ ଟେଟେ ପତ୍ର ଲେଖିଛନ୍ତି।

Demanad
ଦେଇଥିବା ପତ୍ରରେ ବିଧାୟିକା ଶ୍ରୀମତୀ ଟେଟେ ଉଲ୍ଲେଖ କରିଛନ୍ତି ଯେ ବେଦାନ୍ତ କାରଖାନାର କ୍ଷମତା ବାର୍ଷିକ ୧୬ଲକ୍ଷ ମେଟ୍ରିକ ଟନ୍‍ରୁ ୧୮ଲକ୍ଷ ମେଟ୍ରିକ ଟନ୍‍କୁ ସମ୍ପ୍ରସାରଣ ପାଇଁ ୩୦ତାରିଖ ଦିନ ସାଧାରଣ ବୈଠକ ଡାକିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଗଷ୍ଟ ୨୭ ତାରିଖରେ ବିଜ୍ଞାପନ ଦିଆଯାଇଥିଲା। ତେବେ ହୁ ହୁ ହୋଇ ବଢୁଥିବା କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଚାମ୍ବର ଅଫ୍‍ କମର୍ସ ଓ ଝାରସୁଗୁଡା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଳିତମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଓ ଏହାର ଆଖପାଖ ଅଞ୍ଚଳ ପାଇଁ ସଟ୍‍ଡାଉନ୍‍ ଘୋଷଣା କରିଛନ୍ତି। ହେଲେ ସଂଯୋଗବଶତଃ ୩୦ତାରିଖରେ ହିଁ ବୈଠକ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିନ ଧାର୍ଯ୍ୟ କରିଥିଲେ। ତେଣୁ ସଟ୍‍ଡାଉନ୍‍ ସମୟରେ ବୈଠକରେ ଯୋଗଦେଇ କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ସମ୍ଭବପର ହେବନାହିଁ ବୋଲି ବିଧାୟିକା ଦର୍ଶାଇଛନ୍ତି।
ଅନ୍ୟ ପକ୍ଷରେ କାରଖାନା ସମ୍ପ୍ରସାରଣ ହେଲେ ଏହାର ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡିବ ସେ ସଂକ୍ରାନ୍ତରେ ସଂଗୃହୀତ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଡାଟାକୁ ନିଟ୍‍ ଓ ଆଇଆଇଟି ଭଳି ଭରସାଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ସଂଶୋଧନ କରିବେ। ବେଦାନ୍ତ କମ୍ପାନୀ ପକ୍ଷରୁ ଅତ୍ୟନ୍ତ ଖାମଖିଆଲ ଭାବେ ପାଉଁଶ ପରିଚାଳନା ହୋଇଥିବାରୁ ଏହାର କୁପ୍ରଭାବ ଉଭୟ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ପରିବେଶ, ସ୍ଥାନୀୟ ଚାଷ ଜମି ଏବଂ ନଦୀ ଗୁଡିକ ଉପରେ ପଡୁଛି। ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ ସମୟରେ ଦେଖିବାକୁ ପାଇଛନ୍ତି ଯେ ପାଉଁଶ ଯୋଗୁଁ ଲୋକେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ କି ୨୦୧୭ ଅଗଷ୍ଟ ୨୮ ତାରିଖରେ ୮୩ଏକର ପରିମିତ ପାଉଁଶ ପୋଖରୀର ଗୋଟିଏ କାନ୍ଥ ଭୁଷୁଡି ପଡିଥିଲା। ଏଥିଯୋଗୁଁ ପ୍ରାୟ ୫ନିୟୁତ ଟନ୍‍ ବିଷାକ୍ତ ପାଉଁଶ ପାଣି ୧୦୦ ଏକର ପରିମିତ ଚାଷଜମିରେ ମାଡିଯିବା ସହିତ ନଦୀରେ ମିଶିଥିଲା। କମ୍ପାନୀର ପାଉଁଶ ପୋଖରୀ ପରିଚାଳନାରେ ଅପାରଗତା ଯୋଗୁଁ ଏଭଳି ଘଟିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ବୈଠକ ତାରିଖ ଘୁଞ୍ଚାଇବାପାଇଁ ଶ୍ରୀମତୀ ଟେଟେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories