ଭୁବନେଶ୍ଵରରୁ ଆଜି ୩୧୭ ଆକ୍ରାନ୍ତ, ୩୧୨ ସୁସ୍ଥ
ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୩୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୬୨ ଜଣ ଚିହ୍ନଟ ହୋଇଥିବାବେଳେ ୨୫୫ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୮୫୫ରେ ପହଞ୍ଚିଛି। ଏଥିମଧ୍ୟରୁ ୩ ହଜାର ୫୭୬ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୧୭ ହଜାର ୧୭୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 27th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/fG61Acs9eh— BMC (@bmcbbsr) September 27, 2020
Comments are closed.