www.samajalive.in
Monday, December 8, 2025
20.1 C
Bhubaneswar

ଅମ୍ଲଜାନ ସିଲିଣ୍ଡର ଦାନ କରି ଉଦାହରଣ ସାଜିଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୋସିଆଲ ଷ୍ଟାର କ୍ଲବ’

ସମ୍ବଲପୁର: କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବରେ ସଂକ୍ରମିତ ରୋଗୀ ମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବିଶେଷ ଅସୁବିଧା ହେଉଥିବାର ପରିଲକ୍ଷିତ ହେଉଛି। ଏଣୁ ଏବେ ଅମ୍ଲଜାନ ସିଲିଣ୍ଡର ଗୁଡିକର ଚାହିଦା ବେଶ ବଢ଼ି ଯାଇଛି। ସମ୍ବଲପୁରରେ ଏବେ ଅମ୍ଲଜାନ ସିଲିଣ୍ଡର ଚାହିଦା ବହୁଳ ଭାବରେ ବୃଦ୍ଧି ପାଇଥିବାରୁ ଏହା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଷ୍ଟାର କ୍ଲବ ତରଫରୁ ସହଯୋଗ କରିବା ଜନତାଙ୍କୁ ନିବେଦନ କରାଯାଇଛି। ଏଣୁ ସମ୍ବଲପୁରର ୨୨୨ ଜଣ ଯୁବକଙ୍କୁ ନେଇ ଗଠିତ ଏକ ଯୁବ ଗ୍ରୃପରେ ଯୁବକ ମାନେ ନିଜସ୍ୱ ମଧ୍ୟରେ ଜଣ ପିଛା ୨ ଶହ ଟଙ୍କା ସଂଗ୍ରହ କରି ୫ଟି ସିଲିଣ୍ଡର ଦେବା ପାଇଁ ଗ୍ରୃପରେ ମେସେଜ ଦିଆଯାଇଥିଲା। ଏହି ମେସେଜ ଦିଆଯିବା ପରେ ୮ ଜଣ ସଦସ୍ୟ ନିଜସ୍ୱ ଖର୍ଚ୍ଚରୁ ଗୋଟିଏ ଲେଖାଏଁ ଅମ୍ଲଜାନ ସିଲିଣ୍ଡର ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତିତ ବାକି ସମସ୍ତ ସଦସ୍ୟ ମାନେ ନିଜର ଶକ୍ତି ମୁତାବକ ସହଯୋଗ କରିଥିଲେ। ଶେଷରେ ଗ୍ରୃପ ସଦସ୍ୟ ମାନଙ୍କ ଠାରୁ ସମୁଦାୟ ୧ ଲକ୍ଷ ୫ ହଜାର ଟଙ୍କା ସଂଗୃହିତ ହୋଇଥିଲା। ଏଣୁ ଏହି ଟଙ୍କାରେ ସମୁଦାୟ ୧୨ ଟି ଅମ୍ଲଜାନ ଭର୍ତ୍ତି ସିଲିଣ୍ଡର ଏବଂ ଅନ୍ୟାନ୍ୟ ଫିଟିଂ ସାମଗ୍ରୀ କିଣା ଯାଇ ଶନିବାର ସନ୍ଧ୍ୟାରେ ସୋସିଆଲ ଷ୍ଟାର କ୍ଲବର ଗୋଲବଜାର ସ୍ଥିତ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। କ୍ଲବର ଉପ ସଭାପତି ଆତିଫ ଆଲମ ଓ ସଚିବ ମହମ୍ମଦ ମକବୁଲ ଙ୍କ ଉପସ୍ଥିତିରେ ୱାଟସଅଫ ଗ୍ରୃପର ସଦସ୍ୟ ଶଶିକାନ୍ତ ଶିବରାଜ ସାହା, ହରିଶଙ୍କର ସିଲା, ଅମନଦୀପ ସିଂହ ସାଲୁଜା, ଦୀପକ ପୃଥିୱାନୀ, ନିଖିଲ ସୁରୀ, ସନ୍ନୀ ଭେଗଡ, ଆବିଦ ଗନିୟାନି ଓ କଶ୍ୟପ ସୁପକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଏହି ଉଦ୍ୟମୀ ଯୁବକ ମାନେ ୱାଟ୍ସଅଫ ଗ୍ରୃପ ଜରିଆରେ ସମାଜସେବା କାର୍ଯ୍ୟ କରିଥିବାରୁ ସମସ୍ତଙ୍କ ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିଥିବା ବେଳେ ଏହି ସେବା କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

 

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories