www.samajalive.in
Thursday, December 11, 2025
15.1 C
Bhubaneswar

ଇରାନର ପରମାଣୁ ତଥ୍ୟକୁ ସାଢେ୬ଘଣ୍ଟାରେ ଚୋରି କରିନେଲା ଇସ୍ରାଏଲ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ଇରାନର ୫କୁଇଣ୍ଟାଲ ପରମାଣୁ ସମ୍ପର୍କିତ ତଥ୍ୟକୁ ମାତ୍ର ସାଢେ ୬ଘଣ୍ଟାରେ ଚୋରି କରିନେଇଛି। ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ଖବର ଅନୁଯାୟୀ ଏହି କାର୍ଯ୍ୟ ୩୧ଜାନୁୟାରୀ ରାତିରେ ମାତ୍ର ସାଢେ ୬ଘଣ୍ଟା ମଧ୍ୟରେ ସମ୍ପାଦିତ କରାଯାଇଛି। ମୋସାଦଙ୍କ ଏଜେଣ୍ଟ ଇରାନର ତେହେରାତର ୱେରହାଉସରେ ପଶି ସକାଳ ୭ଟାରେ ନୂଆ ସୁରକ୍ଷାକର୍ମୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସମସ୍ତ ତଥ୍ୟାବଳୀକୁ ଏକ ସିଡିରେ ନେଇ ପଳାଇଥିଲେ। ମୋସାଦର ଏଜେଣ୍ଟ ସର୍ବପ୍ରଥମେ ୱେରହାଉସରେ ଲାଗିଥିବା ସତର୍କଘଣ୍ଟିକୁ ଅକାମୀ କରିଦେଇଥିଲେ। ପରେ ସୁରକ୍ଷା କବାଟ ଭାଙ୍ଗି ଏହି ୱେରହାଉସ ପରେ ପ୍ରବେଶ କରିଥିଲେ। ପରମାଣୁ କାର୍ଯ୍ୟକ୍ରମରେ ସମ୍ପୃକ୍ତ କୌଣସି କର୍ମଚାରୀ ଏହି ଗୁଇନ୍ଦାଙ୍କୁ ସହଯୋଗ କରିଥିବା ସନ୍ଦେହ କରାଯାଉଛି। କେଉଁ କୋଠରୀରେ ପରମାଣୁ ସମ୍ପର୍କିତ ଦସ୍ତାବିଜ ରହିଛି ଏହା କେବଳ କାର୍ଯ୍ୟରତ କର୍ମଚାରୀ ହିଁ ଜାଣିଥିଲେ। ଏଭଳି ଗୋପନୀୟ ତଥ୍ୟ ହାସଲ କରିବା ପରେ ଗୁଇନ୍ଦା ଜଣକ ୫୦ହଜାର ପୃଷ୍ଠାର ଫାଇଲ ଓ ୧୬୩ଖଣ୍ଡ ସିଡି ହସ୍ତଗତ କରି ନେଇଥିଲେ।
୨୦୧୫ରେ ଅାମେରିକା, ଋଷ ଓ ଚୀନ ସହ ପରମାଣୁ ଚୁକ୍ତି ସ୍ୱାକ୍ଷରିତ କରିବା ପରେ ଇସ୍ରାଏଲର ତେହେରାନର ଏହି ୱେରହାଉସ ଉପରେ ନଜର ରଖିଥିଲା। ଏଭଳି ଗୋପନୀୟ ଦସ୍ତାବିଜ ରଖାଯିବାର ଠିକଣା ଉପରେ କାହାରି ନଜର ନପଡ଼ିବା ପାଇଁ ଏଠାରେ ପର୍ଯ୍ୟାପ୍ତ ମାତ୍ରାରେ ସୁରକ୍ଷାକର୍ମୀ ମୁତୟନ କରାଯାଇ ନଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories