www.samajalive.in
Monday, December 8, 2025
13.1 C
Bhubaneswar

ଏହି ଦେଶରେ ଜମିରେ ନୁହେଁ କାନ୍ଥରେ ହୋଇଥାଏ ଧାନ,ଗହମ ସହ ପନିପରିବା ଚାଷ

ବର୍ତ୍ତମାନର ସମୟରେ ବିଭିନ୍ନ କ୍ଷେତ୍ରରେ ଅଧିକ ରୁ ଅଧିକ ଉନ୍ନତି କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ଉପାୟ ଗ୍ରହଣ କରାଯାଉଛି। ବିଶେଷ କରି କୃଷି କ୍ଷେତ୍ରରେ ଭିନ୍ନ ଭିନ୍ନ ଶୈଳୀ ଗ୍ରହଣ କରାଯାଉଛି ଯେଭଳି ଉନ୍ନତରୁ ଉନ୍ନତ ମାନର ଶସ୍ୟ ଉତ୍ପନ କରାଯାଇପାରିବ। ଯଦି ଆପଣ ଚିନ୍ତା କରୁଛନ୍ତି, ଯେ ଚାଷ କେବଳ ଜମିରେ ହିଁ ସମ୍ଭବ, ତେବେ ହୁଏତ ଆପଣ ଜାଣିନଥିବେ, ଏପରି ଏକ ଦେଶ ରହିଛି ଯେଉଁଠାରେ କାନ୍ଥମାନଙ୍କରେ ମଧ୍ୟ ଚାଷ କରାଯାଏ। ଏଠାରେ ଧାନ ଓ ଗହମ ସହ ବିଭିନ୍ନ ପନିପରିବା ମଧ୍ୟ କାନ୍ଥରେ ଚାଷ କରାଯାଏ। ଏହି ଉପାୟ ଏବେ ଧିରେ ଧିରେ ସାରା ଦୁନିଆରେ ବେଶ ଲୋକପ୍ରିୟ ହେବାରେ ଲାଗିଛି। ଏହି ପ୍ରଣାଳୀକୁ ଭର୍ଟିକାଲ ଫାର୍ମିଙ୍ଗ ( କାନ୍ଥରେ ଚାଷ) ବୋଲି କୁହାଯାଏ।
ଭର୍ଟିକାଲ ଫାର୍ମିଙ୍ଗ ଅର୍ଥାତ କାନ୍ଥରେ ଚାଷ ହେଉଥିବା ଏହି ଦେଶର ନାମ ଇସ୍ରାଏଲ। ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ ଓ ଅନ୍ୟ କେତେକ ଦେଶରେ ଚାଷ ଉପଯୋଗୀ ଜମିର ଖୁବ ଅଭାବ ରହିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଏଠାରେ ଏହି ପ୍ରଣାଳୀ ଆପଣାଇଛନ୍ତି।
ଇସ୍ରାଏଲର ଏକ କମ୍ପାନୀ ମତାନୁଯାୟୀ  ଅନ୍ୟ କେତେକ ବଡ଼ ବଡ଼ କମ୍ପାନୀ ମଧ୍ୟ ଏଥିରେ ସହଯୋଗ କରନ୍ତି। ଏହି କାରଣରୁ ଏହି ପ୍ରଣାଳୀରେ ଚାଷ କରାଯାଇପାରୁଛି।
ଏହି ପ୍ରଣାଳୀରେ ଚାରା, ଗଛକୁ ଆବଶ୍ୟକୀୟ ଆକାରର କୁଣ୍ଡରେ ଛୋଟ ଛୋଟ ଆକାର, ଭାଗରେ ଲଗାଯାଏ। ଏହାସହ ସୁନିଶ୍ଚିତ କରାଯାଏ ଯେଭଳି କୁଣ୍ଡରୁ ଗଛ ନପଡ଼ିବ। ଏହି କୁଣ୍ଡମାନଙ୍କ ମଧ୍ୟରେ ଜଳସେଚନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଧାନ ଚାଷ ପାଇଁ ଚାରା ଗୁଡ଼ିକୁ କିଛି ସମୟ ପାଇଁ କାନ୍ଥରୁ ବାହାର କରାଯାଇଥାଏ। ପୁଣି ପରେ କାନ୍ଥରେ ଲଗାଯାଇଥାଏ।
ଇସ୍ରାଏଲ ବ୍ୟତୀତ ଆମେରିକା, ୟୁରୋପ, ମଧ୍ୟ ଏପରି ଚାଷ କରାଯାଉଛି। ଏଭଳି ଚାଷ କରାଯିବାର ସବୁଠାରୁ ବଡ ଲାଭ ହେଉଛି କାନ୍ଥରେ ଚାଷ କରାଯିବା ଦ୍ୱାରା ଘରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ। ଅଧିକ ଗରମ ଅନୁଭବ ହୋଇନଥାଏ। ଧ୍ୱନି ପ୍ରଦୂଷଣର ମଧ୍ୟ ପ୍ରଭାବ ମଧ୍ୟ କମ ହୋଇଥାଏ।

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories