www.samajalive.in
Monday, December 8, 2025
27.1 C
Bhubaneswar

ଅସହାୟ ବୃଦ୍ଧାଙ୍କ ପାଇଁ ଦରମାରୁ ଘର ତୋଳିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ମାଥିଲି: ଅସହାୟ ବୃଦ୍ଧାଙ୍କ ପାଇଁ ନିଜ ଦରମା ଅର୍ଥରୁ ଘର ତୋଳି ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଏହି ଅଧିକାରୀଙ୍କ ଏଭଳି ମାନବିକତା ନେଇ ଏବେ ଜିଲାବ୍ୟାପୀ ପ୍ରଶଂସାର ସୁଅ। ମାଲକାନଗିରି ଜିଲା ମାଥିଲି ସଦର ବନ୍ଧ ସାହିରେ କେ.ଲକ୍ଷ୍ମୀ(୬୫)ନାମକ ଜଣେ ମହିଳା ବସବାସ କରନ୍ତି। ଦିନେ ସେ ବ୍ୟବସାୟ ବାଣିଜ୍ୟ କରି ନିଜ ପରିବାର ସହ ହସଖୁସିରେ ରହୁଥିଲେ। ସ୍ୱାମୀ ବହୁ ଦିନରୁ ଆରପାରିକୁ ଚାଲିଯାଇଛି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଝିଅକୁ ଜୟପୁରରେ ବାହା ଦେଇଛନ୍ତି। ପୁଅକୁ ମଧ୍ୟ ବିବାହ କରିଥିଲେ। ନିଜ କୁବୁଦ୍ଧି ଯୋଗୁଁ ପୁଅ ମଦୁଆ ହୋଇଯିବାରୁ ସ୍ତ୍ରୀ ତାକୁ ଛାଡି ତା’ ବାପା,ମା’ ଘରକୁ ଚାଲିଯାଇଛି। ବୟସାଧିକ ଯୋଗୁଁ ଲକ୍ଷ୍ମୀ ବ୍ୟବସାୟ କରିପାରୁନାହିଁ । ବେଳେବେଳେ ଲକ୍ଷ୍ମୀ ଜୟପୁର ଯାଇ ଝିଅ ପାଖରେ ରହୁଥିଲେ। ତାଙ୍କର କିଛି ଆୟ ନ ଥିବାରୁ ପୁଅ, ଝିଅ, ଜ୍ୱାଇଁ ମଧ୍ୟ ଲକ୍ଷ୍ମୀଙ୍କୁ ଆଉ ପଚାରୁନାହାନ୍ତି। ମଦୁଆ ପୁଅ କୁଡ଼ିଆ ଘରର ଜିନିଷ ପତ୍ର ମଦ ପାଇଁ ବିକି ଦେଇଛି। ଲକ୍ଷ୍ମୀଙ୍କ ରହିବl ପାଇଁ ବି ଘର ନାହିଁ। ଖାଇବା ପିଇବାରେ ଘୋର ଅସୁବିଧା। ଗତ ଦୁଇ ମାସ ତଳେ ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ମୀ ଗୋଟିଏ ଫାଷ୍ଟଫୁଡ ଦୋକାନ ଆଗରେ ଜୀବନ ବିତାଉଥିଲେ। ଯେଉଁ ଦିନ ଯିଏ ଯାହା ଦେଉଥିଲେ ଖାଉଥିଲେ ନ ହେଲେ ଭୋକ ଉପାସରେ ପଡ଼ି ରହୁଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନ ଲକ୍ଷ୍ମୀଙ୍କୁ ଉଦ୍ଧାର କରିବା ପାଇଁ ତତ୍ପରତା ଦେଖାଇଥିଲା। ଆଜକୁ ଦୁଇମାସ ହେବ ମାଥିଲି ପଞ୍ଚାୟତରେ ଖାଇବା ପିଇବା ଦେଇ ଲକ୍ଷ୍ମୀଙ୍କୁ ରଖାଯାଇଛି। ମହାମାରୀ କରୋନା ଯୋଗୁଁ ଲକ୍ଷ୍ମୀ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଘର ମଧ୍ୟ ହୋଇ ନ ପାରିବାରୁ ଏ ସମ୍ପର୍କରେ ମାଥିଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଧର୍ମ ପତ୍ନୀ ଝୁନୁ ମହାରଣା ଜାଣିପାରି ତାଙ୍କ ସ୍ୱାମୀଙ୍କୁ ଲକ୍ଷ୍ମୀ ପାଇଁ ଗୋଟିଏ ଘର କରିବା ପାଇଁ କହିଥିଲେ। ନିଜ ପତ୍ନୀଙ୍କ କଥାକୁ ରଖି ଲକ୍ଷ୍ମୀ ପାଇଁ ନିଜ ଦରମାରୁ ୧୦ଫୁଟ ×୧୫ଫୁଟର ଘରଟିଏ ତୋଳି ଲକ୍ଷ୍ମୀ ମୁହଁରେ ହସ ଫୁଟାଇଛନ୍ତି। ଶୁକ୍ରବାର ସରପଞ୍ଚ ଗୌରୀ ବଟେ, ଜିଲା ପରିଷଦ ସଭ୍ୟ ଵାଲାରାଜୁ କୋପେ ଓ ପିଇଓ ଅଶୋକ ମହାରଣା ଲକ୍ଷ୍ମୀଙ୍କୁ ନୂଆ ଘରକୁ ନେଇଥବା ଜଣାପଡିଛି । ଅଶୋକ ମହାରଣା ଓ ତାଙ୍କ ପତ୍ନୀଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣରେ ପ୍ରସଂଶା କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories