www.samajalive.in
Monday, December 8, 2025
13.1 C
Bhubaneswar

ମନରେଗା ଯୋଜନାରେ କାମ କରି ୬ ମାସ ହେଲା ମଜୁରୀ ପାଇନଥିବା ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ ପାଟଣା ଗ୍ରାମପଞ୍ଚାୟତର ସୁଆମ ଗ୍ରାମର ମୁଣ୍ଡା ସାହିର ଜଣେ ଶ୍ରମଜୀବି ମନରେଗା ଯୋଜନାରେ କାମ କରି ଆଜିକୁ ୬ ମାସ ହେବ ମଜୁରୀ ପାଇ ନ ଥିବା ନେଇ ପାଟଣା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ସୁଆମ ମୁଣ୍ଡା ସହିର ଜଗନ ମୁଣ୍ଡା ମନରେଗା ଯୋଜନାରେ ୧୩ସପ୍ତାହ ଧରି କାମ କରିଥିଲେ । ୧୩ ସପ୍ତାହରେ ପାଖାପାଖି ମଜୁରୀ ୧୮ ହଜାର ଟଙ୍କା ହେବ ବୋଲି ସେ କହିଛନ୍ତି। ମନରେଗା ଯୋଜନାର ନିୟମ ଅନୁଯାୟୀ କାମ କରିଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରାପ୍ୟ ଟଙ୍କା ଜମା ହେବା କଥା ମାତ୍ର ଆଜି ପର୍ୟ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ପାଟଣା ବ୍ଲକ ଏପିଓ ମଧୁସୂଦନ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରେ ତାଙ୍କର ଜମାଖାତାରେ ଆଧାର କାର୍ଡ ତୃଟି ଯୋଗୁଁ ଏପରି ହୋଇଥିବା ସେ କହିଛନ୍ତି । ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories