www.samajalive.in
Monday, December 8, 2025
24.1 C
Bhubaneswar

ଧରାପଡ଼ିଲେ୫ ନକଲି ପରୀକ୍ଷାର୍ଥୀ

ରାଉରକେଲା: ସେଣ୍ଟ୍ରାଲ ଇଣ୍ଡଷ୍ଟି୍ରଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ର ଆଜି ଲିଖିିତ ପରୀକ୍ଷା ବେଳେ ଦୁଇଟି ପରୀକ୍ଷା କେନ୍ଦ୍ରରୁ ୫ ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସମସ୍ତ ନକଲି ପରୀକ୍ଷାର୍ଥୀ ବିହାର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ସିଆଇଏସ୍‌ଏଫ୍‌ ପକ୍ଷରୁ ଏତଲା ପରେ ପୁଲିସ ସେମାନଙ୍କୁ ଅଟକ ରଖି ଜେରା ଚଳାଇଛି। ନକଲି ପରୀକ୍ଷାର୍ଥୀମାନେ ପରୀକ୍ଷାରେ ପାଶ୍‌ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ ଥିବା ଆଲୋଚନା ହେଉଛି।
ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ପକ୍ଷରୁ କନଷ୍ଟେବଳ ଚୟନ ପ୍ରକ୍ରିୟା ଚାଲିଥିଲା।କିଛି ଦିନ ତଳେ ଶାରିରୀକ ପରୀକ୍ଷା ହୋଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ନେଇ ସିଆଇଏସ୍‌ଏଫ୍‌ ପକ୍ଷରୁ ଆଜି ସେକ୍ଟର-୧୪ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌) ଓ ଷ୍ଟେସନ ନିକଟ ଖାଲସା ସ୍କୁଲରେ ଲିଖିତ ପରୀକ୍ଷାର ଆୟୋଜନ କରାଯାଇଥିଲା। ଡିପିଏସ୍‌ରୁ ବିହାର ନୱାଦା ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ଧରା ପଡ଼ିଥିଲା। ତା’ ନାଁ ହେଲା ବିଦ୍ୟାଭୂଷଣ। ସେ ରୋଶନ କୁମାର ନାଁରେ ପରୀକ୍ଷା ଦେବାକୁ ଯାଉଥିବା ବେଳେ ସିଆଇଏସ୍‌ଏଫ୍‌ ହାତରେ ଧରା ପଡ଼ି ଯାଇଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories