ଲକଡ଼ାଉନ ସମୟର ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ଏକ ଶୋଷିଲା ଗୁଣ୍ଡୁଚି ପାଣି ଯେପରି ମାଗିକି ପିଉଥିବାର ଦେଖାଯାଇଥିଲା। ଠିକ ସେହିପରି ଆଉ ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେଉଛି ଯେଉଁଥିରେ ଦେଖାଯାଉଛି ଜଣେ ମହିଳା ଏକ ଗୁଣ୍ଡୁଚି ମୂଷାକୁ ନିଜ ହାତରେ କଦଳୀ ଖୁଆଉଛନ୍ତି।
ଜଣେ ଭାରତୀୟ ବନ୍ୟ ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରିଛନ୍ତି।
ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି, ଜଣେ ମହିଳା ଗୁଣ୍ଡୁଚିକୁ ଏକ କଦଳୀ ଦେଖାଉଛନ୍ତି। ଏହାପରେ ଗୁଣ୍ଡୁଚି ତୁରନ୍ତ ଦୌଡ଼ି ମହିଳାଙ୍କ ନିକଟକୁ ଆସୁଛି।
ପ୍ରଥମେ ଗୁଣ୍ଡୁଚି ଏପାଖା ସେପାଖ ଦେଖୁଛି, ଏହାପରେ କଦଳୀ ଖାଇବାକୁ ଆରମ୍ଭ କରୁଛି। ମହିଳା ଜଣଙ୍କ କଦଳୀର ଚୋପା କାଢି ଗୁଣ୍ଡୁଚିକୁ ଦେଉଛନ୍ତି। ଏହି ଭିଡ଼ିଓଟିକୁ ଦେଖିବାକୁ ସଭିଁଙ୍କୁ ବେଶ କୌତୁକିଆ ଲାଗୁଛି। ଏହାସହ ସେହି ମହିଳାଙ୍କୁ ପ୍ରଂଶସା ମଧ୍ୟ କରୁଛନ୍ତି।
ସୋସିଆଲ ମିଡ଼ିଆରେ ଭିଡ଼ିଓଟି ଭାଇରାଲ ହେବା ମାତ୍ରେ ଲୋକେ ଖୁବ ପସନ୍ଦ କରୁଛନ୍ତି।
ମହିଳାଙ୍କ ହାତରୁ କଦଳୀ ଖାଉଛି ଗୁଣ୍ଡୁଚି ମୂଷା
Popular Categories



